
କୋରେଇ : କୋରେଇ ବ୍ଲକ୍ ଅନ୍ତର୍ଗତ ଗୌରପୁର ପଞ୍ଚାୟତରେ ବହୁ ଯୋଗ୍ୟ ଲୋକ ପ୍ରଶାସନିକ ତ୍ରୁଟି ଯୋଗୁଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଚୟନ ତାଲିକାରୁ ବାଦ ପଡ଼ିଛନ୍ତିି। ତାଲିକାରେ ସାମିଲ ହେବା ପାଇଁ ବାଦ ପଡ଼ିଥିବା ଲୋକମାନେ ବ୍ଲକ୍ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ ସେମାନଙ୍କ ନାମ ତାଲିବାରେ ସଂଯୋଗ କରାଯାଇନାହିଁ। ଏନେଇ ବହୁ ଯୋଗ୍ୟଲୋକ ରବିିବାର ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ମୁତାବକ, ଗୌରପୁର ପଞ୍ଚାୟତରେ ୨୦୧୯ ମସିହାରେ ତତ୍କାଳୀନ ପିଇଓ ଓ ଜିଆରଏସ ପ୍ରତି ଗ୍ରାମକୁ ଯାଇ ଆବାସ ଯୋଜନାରୁ ବାଦ ପଡ଼ିଥିବା ଯୋଗ୍ୟ ଲୋକଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କ ନାଁ ଏସ୍ଇସିସି ତାଲିକାରେ ସଂଯୋଗ କରିବା ପାଇଁ ସର୍ଭେ କରିଥିଲେ। ଏହି ସର୍ବେକ୍ଷଣ ସମୟରେ ପ୍ରକୃତ ଗରିବ ଲୋକ ଚିହ୍ନଟ କରି ସେମାନଙ୍କ ଫଟୋ ଉଠାଇଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କ ନାମ ସଂଯୋଗ କରାଗଲାନାହିଁ। ଏହା ଜଣାପଡ଼ିବା ପରେ ଚିହ୍ନଟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଲୋକମାନେ ସେମାନଙ୍କ ନାଁ ସଂଯୋଗ ପାଇଁ ବ୍ଲକ୍ ପ୍ରଶାସନ ନିକଟରେ ଗୁହାରି କରିଥିଲେ। ଏବେ ନୂତନ ଭାବେ ଆବାସ ଯୋଜନାରେ ସାମିଲ ହେବା ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ଏହି ଲୋକଙ୍କ ନାଁ ତାଲିକାରେ ନାହିଁ। ପଞ୍ଚାୟତର ସୁଶାନ୍ତ କୁମାର ଯେନା, ଲକ୍ଷ୍ମୀଧର ଯେନା, ଭିକାରି ଯେନା, ଅମୂଲ୍ୟ କୁମାର ଯେନା, ପ୍ରଶାନ୍ତ ଯେନା, ଅଶାନ୍ତ ଯେନା, ଜିତେନ ଯେନା, ରୁପା ଯେନା, ସଞ୍ଜୟ କୁମାର ଯେନା, ଧୀର ଯେନା, ଉଦ୍ଧବ ଯେନା, ହିରଣ୍ୟ ଯେନା, ବନମାଳୀ ଯେନା, ମୂରଲୀ ଯେନାଙ୍କ ସମେତ ବହୁ ଲୋକ ସେମାନଙ୍କ ନାଁ ସଂଯୋଗ କରି ଘର ପ୍ରଦାନ ପାଇଁ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଅଶୋକ କୁମାର ବେହୁରିଆଙ୍କ ନିକଟରେ ଦାବି କରିଛନ୍ତି।
The post ଆବାସ ତାଲିକାରୁ ଯୋଗ୍ୟ ବାଦ୍, ପିଡିଙ୍କ ନିକଟରେ ଗୁହାରି first appeared on Sambad.from ଜିଲ୍ଲା | Sambad https://ift.tt/2VGahIl
0 Comments