
ସମ୍ବଲପୁର : ସମ୍ବଲପୁର ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ସାମଦ ଜଣଙ୍କୁ ଅପହରଣ କରି ନେଇଥିବା ଧନୁପାଲି ଥାନାରେ ଅଭିଯୋଗ ହୋଇଥିଲା। ଧନୁପାଲି ପୁଲିସ ଏହି ମାମଲାରେ ସାମଦର ଦ୍ବିତୀୟ ସ୍ତ୍ରୀ ରଜିଆ ଓ ଜଣେ ସାଥୀକୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି।
ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସାମଦର ସ୍ତ୍ରୀ ରଜିଆ କିଛି ଦିନ ତଳେ ତାର ସୁନା ଅଳଙ୍କାର ଚୋରି କରିଥିବା ନେଇ ମହମ୍ମଦ ତୋଫାନ ଉପରେ ଆରୋପ ଲଗାଇଥିଲା। ଏହାପରେ ସାମଦ ତୋଫାନକୁ ବାରମ୍ବାର ମାର୍ପିଟ୍ କରିବାକୁ ଧମକ ଦେଇ ଆସୁଥିଲା। ଶନିବାର ଅପରାହ୍ଣ ୫ଟା ସମୟରେ ସାମଦ କ୍ଷେତିପଡ଼ା ନବାବ ହୋଟେଲ୍ ନିକଟରୁ ତୋଫାନକୁ ଅପହରଣ କରି ନେଇଯାଇଥିଲା। ଏ ନେଇ ତୋଫାନଙ୍କ ସ୍ତ୍ରୀ ଧନୁପାଲି ଥାନାରେ ଜଣାଇଥିଲେ।
ସାମଦ ଅପହରଣ କରିବା ପରେ ତୋଫାନକୁ ନେଇ ସିଟି ଷ୍ଟେସନ୍ ପାଖ ଅଞ୍ଚଳରେ ରଖିଥିଲା। ସେଠାରେ ତାକୁ ମାର୍ପିଟ୍ କରିବା ସହ ଜୀବନରୁ ମାରିଦେବାକୁ କହିଥିଲା। ତେବେ ମଦ ପିଇ ନିଶାରେ ଥିବା ବେଳେ ତୋଫାନ୍ ସୁଯୋଗ ପାଇ ସେଠାରୁ ଖସି ଆସିଥିଲା। ଏହି ମାମଲାରେ ସମ୍ପୃକ୍ତ ଥିବା ସାମଦର ସ୍ତ୍ରୀ ଓ ଜଣେ ସାଥୀକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟପଟେ ସାମଦକୁ ପୁଲିସ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡ଼ିଛି।
The post ଯୁବକଙ୍କୁ ଅପହରଣ, ୨ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3s0hiQj
0 Comments