
ଖୋର୍ଦ୍ଧା: ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୬୬ ଲିଟର ଦେଶୀ ମଦ ଜବତ କରାଯିବା ସହ ପୃଥକ ପୃଥକ ମାମଲାରେ ୪ଜଣଙ୍କୁ ଗିରଫ କରାଯାଇଛି। ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଆଜି ଅବକାରୀ ବିଭାଗ ଓ ସ୍ୱତନ୍ତ୍ର ମୋବାଇଲ୍ ସ୍କ୍ୱାଡ୍ ପକ୍ଷରୁ ଖୋର୍ଦ୍ଧା ଏବଂ ଆଖପାଖ ଅଂଚଳ ତଥା- ଦେଉଳି, କାଇପଦର, ଦଧିମାଛଗାଡ଼ିଆରେ ଚଢ଼ାଉ କରାଯାଇଥିଲା। ଉକ୍ତ ଚଢ଼ାଉରେ ମୋବାଇଲ୍ ସ୍କ୍ୱାଡ୍ ଇନ୍ସପେକ୍ଟର ସସ୍ମିତା ହୋତା, ବେଗୁନିଆ ଓଆଇସି ସୁରେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ ଅବକାରୀ କର୍ମଚାରୀ ସାମିଲ ଥିଲେ।
ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ, ଦଧିମାଛଗାଡ଼ିଆର ନଳିନୀକାନ୍ତ ବିଶ୍ୱାଳ(୪୫), ଦଧିମାଛଗାଡ଼ିଆର ମଧୁସୂଦନ ପ୍ରଧାନ (୭୦), କାଇପଦରର ସୋମନାଥ ଜେନା (୫୦), ରଣପୁର ଆମ୍ବଝରର ବିକାଶ ଶ୍ରୀଚନ୍ଦନ (୨୨)। ଅବକାରୀ ଇନ୍ସପେକ୍ଟର ଭୈରବ ସାହୁଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କ ବିରୋଧରେ ୪ଟି ଭିନ୍ନଭିନ୍ନ ମାମଲା ରୁଜୁ କରାଯାଇଛି। ସେମାନଙ୍କ ଠାରୁ ମୋଟ ୬୬ ଲିଟର ଆଇଡି (ଦେଶୀ ମଦ) ଜବତ କରାଯାଇଛି।
The post ୬୬ ଲିଟର ଦେଶୀମଦ ଜବତ, ୪ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3xm4KUk
0 Comments