କୋରାପୁଟ: କୋରାପୁଟରେ ଦେଖିବାକୁ ମିଳିଛି ଓଏସ୍‌ଏସସି ସଦସ୍ୟ ବିରଞ୍ଚି ନାରାୟଣ ସାହୁଙ୍କ ଘରୁ ବିପୁଳ ଟଙ୍କା ସୁନା ଜବତ ଘଟଣାର ତାତି। ଆଜି ବିଚାର ବିଭାଗୀୟ ତଦନ୍ତ ଦାବି କରିଛି କୋରାପୁଟ ଛାତ୍ର କଂଗ୍ରେସ। କଂଗ୍ରେସ ପକ୍ଷରୁ ରାଲି କରାଯାଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏବଂ ଏଭଳି ଦୁର୍ନୀତି ଗ୍ରସ୍ତ ଅଫିସର ମାନଙ୍କ ଯୋଗୁଁ ବହୁ ଯୋଗ୍ୟ ମେଧାବୀ ଯୁବକ ଯୁବତୀ ମାନେ ଚାକିରୀ ପାଇବାରେ ବଞ୍ଚିତ ରହିଛନ୍ତି ବୋଲି ନାରାବାଜୀ କରାଯାଇଥିଲା। ଓଡ଼ିଶା ଷ୍ଟାଫ ସିଲେକ୍‌ସନ କମିସନ ମହାଦୁର୍ନୀତିକୁ ଉଚ୍ଚନ୍ୟାୟାଳୟ ଦ୍ୱାରା ବିଚାର ବିଭାଗୀୟ ତଦନ୍ତ ବା ଅବସରପ୍ରାପ୍ତ ବିଚାରପତିଙ୍କ ଜରିଆରେ କରାଯିବାକୁ ଦାବି କରାଯାଇଛି।

ଛାତ୍ର କଂଗ୍ରେସ ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଜ୍ୟପାଳଙ୍କ ଉଦେଶ୍ୟରେ ଡେପ୍ୟୁଟି କଲେକ୍ଟରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ସମୟରେ ଛାତ୍ର କଂଗ୍ରେସ ଜିଲ୍ଲା ସଭାପତି ମଧୁସୂଦନ ରେଡ୍ଡୀ, ବିକାଶ ପ୍ରଧାନ, ଛାତ୍ର ରାଜ୍ୟ କଂଗ୍ରେସ ସମ୍ପାଦକ ଅମିତ କୁମାର କୁଜୁର, ଆଶିଷ ବାହାଦୂରଙ୍କ ସହ ଅନେକ ଛାତ୍ର କଂଗ୍ରେସ କର୍ମୀ ଓ ଜିଲ୍ଲା କଂଗ୍ରେସର ପୂର୍ବତନ ବିଧାୟକ ନିମାଈଁ ସରକାର ଓ ରୂପକ ତୁରୁକ ପ୍ରମୁଖ ଉପସ୍ଥିତ ଥିଲେ। ଏବେ ବିରଞ୍ଚିଙ୍କୁ ଜେରା କରାଯାଉଥିବାବେଳେ ବହୁ ସତ ଓଗାଳିଛନ୍ତି। ଏଥିରେ ବହୁ ବଡବଡ ନେତାଙ୍କ ହାତ ରହିଥିବା ଅନୁମାନ କରାଯାଉଛି।

The post ଓଏସ୍‌ଏସସି ସଦସ୍ୟଙ୍କ ଘରୁ ବିପୁଳ ଟଙ୍କା ଜବତ ଘଟଣା, ବିଚାର ବିଭାଗୀୟ ତଦନ୍ତ ଦାବି କଲା ଛାତ୍ର କଂଗ୍ରେସ first appeared on Sambad.

from ଜିଲ୍ଲା | Sambad https://ift.tt/3fBpbqm