
ସାରସକଣା : ପିଲା ଚୋରି ଓ ବିକ୍ରି ଭଳି ସାଂଘାତିକ ଅଭିଯୋଗ ଆସିଛି ଝାରପୋଖରିଆ ଅନ୍ତର୍ଗତ ସାରସକଣା ବଜାର ଅଞ୍ଚଳରୁ । ସୂଚନା ଅନୁଯାଇ ଗତ୨୨ ତାରିଖ ଦିନ ଝାରପୋଖରିଆ ଥାନା ଦାନାଦର ଗ୍ରାମର ମାଳତୀ ଦିଗାରଙ୍କ ଏକ ମାସର ଶିଶୁ ପୁତ୍ରଙ୍କୁ ସାରସକଣାର ତପନ ଦଣ୍ଡପାଟ ନାମକ ଜଣକ ବ୍ୟକ୍ତି ମା କାଳରୁ ଛୁଆକୁ ଜୋରକରି ଛଡାଇ ନେଇ ସାରସକଣା ଅଞ୍ଚଳର ପ୍ରହ୍ଲାଦ ପ୍ରତିହାରୀ ଓ ତାଙ୍କ ପତ୍ନୀ ଲିଜା ପ୍ରତିହାରୀକୁଙ୍କୁ କିଛି ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ କରିଛନ୍ତି ମାଳତୀ ଦିଗାର । ଏନେଇ ଝାରପୋଖରିଆ ଥାନାରେ କେଶ ନଂ ୧୮୩/୨୦୨୧ରେ ମାମଲା ରୁଜୁକରି ୩ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକ ପ୍ରକାଶ କରିଛନ୍ତି
The post ପିଲା ଚୋରି ଓ ବିକ୍ରି ଅଭିଯୋଗରେ ୩ ଅଭିଯୁକ୍ତ ଗିରଫ ଓ କୋର୍ଟ ଚାଲାଣ first appeared on Sambad.from ଜିଲ୍ଲା | Sambad https://ift.tt/3jgN1tT
0 Comments