
ଘଟଗାଁ : ଢେଙ୍କିକୋଟ ଫାଣ୍ଡି ଖଣ୍ଟଘର ପଞ୍ଚାୟତ କାଶୀବେଡ଼ା ଗ୍ରାମରେ ସୋମବାର ସନ୍ଧ୍ୟା ପ୍ରାୟ ୫ଟା ବେଳେ ବଜ୍ରପାତ ଘଟି ଚନ୍ଦ୍ରା ମୁଣ୍ଡାଙ୍କ ଝିଅ ଲିପି(୩୦) ମୃତ୍ୟୁ ଘଟିଛି। ବିଲରୁ କାମ ସାରି ଫେରିବା ବାଟରେ ବଜ୍ରପାତ ଘଟିଥିଲା। ଫଳରେ ଘଟଣା ସ୍ଥଳରେ ହିଁ ଲିପିଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି। ରାତି ହୋଇଯାଇଥିବାରୁ ଆଜି ବ୍ୟବଚ୍ଛେଦ ହୋଇପାରି ନାହିଁ। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି।
The post ବଜ୍ରାଘାତରେ ମହିଳା ମୃତ first appeared on Sambad.from ଜିଲ୍ଲା | Sambad https://ift.tt/3t1mjIA
0 Comments