
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ବେଲଟୁକୁରୀ ଥାନା ବୋଥା ଗ୍ରାମରେ ବଜ୍ରପାତରେ ରଜଉ ବରିହା (୩୫ ବର୍ଷ)ଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ତ୍ରୀ ଚୟତି ବରିହା (୩-୦ ବର୍ଷ)ଙ୍କ ଅବସ୍ଥା ଗୁରୁତର ରହିଛି।
କୁଲିଆବନ୍ଧା ପଞ୍ଚାୟତ ବୋଥା ଗ୍ରାମର ରଜଉ ଓ ତାଙ୍କ ସ୍ତ୍ରୀ ଚୟତି ଘାସ ବାଛିବା ପାଇଁ ବିଲକୁ ଯାଇଥିଲେ। ଅପରାହ୍ନରେ ଘରକୁ ଫେରୁଥିବା ବେଳେ ଗାଁର ପୋଖରୀ ପାଖରେ ହଠାତ୍ ବଜ୍ରପାତ ହୋଇଥିଲ। ଗୁରୁତର ଅବସ୍ଥାରେ ଗ୍ରାମର କିଛି ଲୋକ ଦମ୍ପତିଙ୍କୁ ଉଦ୍ଧାର କରି ନୂଆପଡ଼ା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ରଜଉଙ୍କୁ ମୃତ ଘୋଷଣ କରିଥିଲେ। ଅନ୍ୟପଟେ ସ୍ତ୍ରୀ ଚୟତିଙ୍କୁ ପ୍ରାଥମିକ ଚିକିତ୍ସା କରାଇ ବୁର୍ଲା ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ୨ଝିଅ କନୁ ଓ ପୁନମ ଅଛନ୍ତି। ତୁରନ୍ତ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବାସହ ୨ ଝିଅଙ୍କ ପାଠପଢ଼ା ଖର୍ଚ୍ଚ ପ୍ରଶାସନ ବହନ କରିବାକୁ କୁଲିଆବନ୍ଧା ସମିତି ସଭ୍ୟ ଜିଲ୍ଲା ପ୍ରଶାସନକୁ ଦାବି ଜଣାଇଛନ୍ତି।
The post ବଜ୍ରପାତରେ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର first appeared on Sambad.from ଜିଲ୍ଲା | Sambad https://ift.tt/3iOsc8C
0 Comments