
ଯାଜପୁର/ବିଂଝାରପୁର : ବିଂଝାରପୁର ବ୍ଲକ ସିଂହପୁର ପଞ୍ଚାୟତ ସାମ୍ନାରେ ଚାଲିଥିବା ଅନଶନକୁ ଆଜି ୫ ଦିନ ବିତିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇନାହିଁ।ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ଆସନ୍ତାକାଲି ସିଂହପୁର ମୁଖ୍ୟ ରାସ୍ତା ବନ୍ଦ କରିବା ସହ ବଜାର ବନ୍ଦ କରିବାକୁ ଗ୍ରାମବାସୀ ପ୍ରସ୍ତୁତ ହେଉଥିବା ଜଣାଯାଇଛି।
ଗ୍ରାମବାସୀଙ୍କ ଅଭିଯୋଗ ଯେ ସିଂହପୁର ପଞ୍ଚାୟତରେ ମନରେଗା ଓ ମୋ ଗୁହାଳ ଯୋଜନାରେ ୩୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଦୁର୍ନୀତି ହୋଇଛି। ପ୍ରକଳ୍ପ ନଥାଇ ଥିଲାବାଲା ଲୋକ, ଚାକିରିଆ, ମୃତ ବ୍ୟକ୍ତିଙ୍କ ନାମରେ ହଜାରହଜାର ଟଙ୍କା ମଜୁରି ଉଠିଛି। ଗୋରୁଗାଈ ନଥିବା ପରିବାରକୁ ମୋ ଗୁହାଳ ଯୋଜନାରେ ଗୁହାଳ ଘର ଦିଆଯାଇଛି। ଏଭଳି ଦୁର୍ନୀତି ପ୍ରତିବାଦରେ ଅନଶନ ଚାଲିଥିବାବେଳେ ଗତକାଲି ୨ଜଣ ଅସୁସ୍ଥ ହୋଇଥିଲେ। ତଥାପି ପ୍ରଶାସନ ଏହାକୁ ଗୁରୁତ୍ବରସେହ ନେଉ ନଥିବା ଅଭିଯୋଗ ହୋଇଛି। ଆଜି ପ୍ରାକ୍ତନ ବିଧାୟକ ପବିତ୍ରମୋହନ ଯେନାଙ୍କ ସମେତ ବିଜେପି ନେତା ସଂଜୀବ ସାହୁ, ଶିବପ୍ରସାଦ ଧଳ, ଶରତ ଖଟୁଆ, ବାଇଧର ସାହୁ, ନିତ୍ୟାନନ୍ଦ ସେଠୀ, ନଟବର ଜେନା, ଦଶରଥ ସାମଲ, ଦାମୋଦର ସାମଲ, ରବୀନ୍ଦ୍ର ମଲିକ, ମାନସ ବେହେରା, ଶିଶିର ଦାସ, ଦେବାଶିଷ ସାମଲ, ଭରତ ମଲିକ, ଦୀନବନ୍ଧୁ ଦାସ, ଗୋକୁଳାନନ୍ଦ ଯେନା ଅନଶନକାରୀଙ୍କୁ ଭେଟି ନୈତିକ ସମର୍ଥନ ଜଣାଇଛନ୍ତି।
The post ସିଂହପୁର ପଞ୍ଚାୟତରେ ଅନଶନ ପଞ୍ଚମ ଦିନରେ, ରାସ୍ତାରୋକ ପାଇଁ ଗ୍ରାମବାସୀ ସଜବାଜ first appeared on Sambad.from ଜିଲ୍ଲା | Sambad https://ift.tt/2Wa9KP8
0 Comments