ଛତିଆ : ରାଜପଥରେ ମୋବାଇଲ୍‌ ଫୋନ୍‌ ଝାମ୍ପି ନେଉଥିବା ୨ ମୋବାଇଲ ଲୁଟେରାଙ୍କୁ ରବିବାର ବୈରୀ ଓ ଛତିଆ ପୁଲିସ ଗିରଫ କରିଛନ୍ତି। ଗିରଫ ଦୁଇ ଲୁଟେରା କୋରେଇ ଥାନା ଅନ୍ତର୍ଗତ ପୂର୍ବକୋଟ ଗ୍ରାମର ଶ୍ୟାମ ଦାସଙ୍କ ପୁଅ ରାମୁ(୪୦) ଓ ଅନ୍ୟଜଣେ ସେହି ଥାନା ଅନ୍ତର୍ଗତ ବରୁଣ୍ଡେଇ ଗ୍ରାମର ସନାତନ ବାରିକଙ୍କ ପୁଅ ରଂଜନ(୪୪)।

ଗତକାଲି ରାତିରେ ବୈରୀ ଥାନା ଅଧିକାରୀ ସଂଘମିତ୍ରା ନାୟକ, ଏସ୍‌ଆଇ ସୁବ୍ରତ ସାହୁ, ଛତିଆ ଫାଣ୍ତି ଅଧିକାରୀ ଗୋବର୍ଦ୍ଧନ ନାୟକ, ଏଏସଆଇ ଫାୟ‌ାର ଖାଁ, କନେଷ୍ଟବଳ ଅଜୟ ଗିରି, ଦିଲୀପ ସ୍ବାଇଁ, ସନ୍ତୋଷ ବେହେରା, ବି. ଟୁଡ଼ୁ, ବିନୋଦିନୀ ପ୍ରଧାନ, ଅରୁଣ ପ୍ରଧାନ ପ୍ରମୁଖ ଚଢ଼ଉ କରି ୨ ଲୁଟେରାଙ୍କୁ ଗିରଫ କରିଥିଲେ। ସେମାନଙ୍କ ନିକଟରୁ ୫ଟି ମୋବାଇଲ୍‌ ଫୋନ୍‌ ଜବତ କରାଯାଇଥିଲା। ଥାନା କେସ୍‌ ନମ୍ବର ୧୧୯/୨୧ ଦଫା ୩୭୯, ୩୪ରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

The post ୨ ମୋବାଇଲ୍‌ ଲୁଟେରା ଗିରଫ, ୫ ମୋବାଇଲ୍‌ ଫୋନ୍‌ ଜବତ first appeared on Sambad.

from ଜିଲ୍ଲା | Sambad https://ift.tt/3rMh3YQ