
ଯାଜପୁରଟାଉନ : ବିଭିନ୍ନ ଦାବିରେ ଆଜି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ମେଡିକାଲ ଟେକ୍ନିସିଆନମାନେ କଳାବ୍ୟାଜ୍ ପିନ୍ଧି ଧାରଣା ଦେଇଥିଲେ। ସରକାର ସେମାନଙ୍କର ଦାବି ପ୍ରତି କର୍ଣ୍ଣପାତ କରୁ ନଥିବାରୁ ସେମାନେ ଆଜି କାର୍ଯ୍ୟ କରିବା ସହିତ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରିଥିଲେ।
ସେମାନଙ୍କ ଦାବି ଗୁଡ଼ିକ ମଧ୍ୟରେ କ୍ୟାଡର ରୁଲ୍ର ପରିବର୍ତ୍ତନ କରିବା, କେନ୍ଦ୍ର ସରକାର, ଦିଲ୍ଲୀ ଓ ପଶ୍ଚିମବଙ୍ଗ ପରି ଲାବୋରେଟୋରି ଟେକ୍ନିସିଆନରୁ ଟେକନୋଲୋଜିଷ୍ଟକୁ ପରିବର୍ତ୍ତନ କରିବା, ଟେକ୍ନିକାଲ ଅଫିସର ଓ ଚିଫ୍ ଟେକ୍ନିକାଲ ଅଫିସର ପଦବି ପ୍ରତି ଜିଲ୍ଲା, ମେଡିକାଲ କଲେଜ ଓ ବ୍ଲଡ୍ ବ୍ୟାଙ୍କରେ ସୃଷ୍ଟି କରିବା, ନୂଆ ଜିଲ୍ଲା ଓ ମେଡିକାଲ କଲେଜ, ବ୍ଲଡ୍ ବ୍ୟାଙ୍କମାନଙ୍କରେ ପ୍ରମୋସନାଲ ପଦବି ସୃଷ୍ଟି କରିବା, ଡି.ଏମ୍.ଏଲ୍.ଟି. କାଉନସିଲରେ ପଞ୍ଜୀକୃତ ନହୋଇଥିବା ଟେକ୍ନିସିଆନମାନଙ୍କୁ କ୍ୟାଡରରୁ ବାଦ ଦେବା, କଣ୍ଟାକଚୁଆଲ ପିରିୟଡକୁ ପ୍ରମୋସନ ପାଇଁ ଗଣନା କରିବା, ସମସ୍ତ ସିନିୟର୍ ଲାବୋରେଟୋରି ଟେକ୍ନିସିଆନମାନଙ୍କୁ ବାଧ୍ୟତାମୂଳକ ବ୍ଲଡ୍ କମ୍ପୋନେଟ ତାଲିମ ଦେବା ପାଇଁ ବ୍ୟବସ୍ଥା କରିବା ଉପରେ ପ୍ରତିବାଦ କରିଥିଲେ। ରାଜ୍ୟ ସରକାର ତୁରନ୍ତ ଦାବି ପୂରଣ ନକଲେ ପ୍ରତିବାଦ ଜାରି ରହିବ ବୋଲି ଚେତାବନୀ ଦିଆଯାଇଥିଲା।
The post ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ମେଡିକାଲ ଟେକ୍ନିସିଆନଙ୍କ ଧାରଣା first appeared on Sambad.from ଜିଲ୍ଲା | Sambad https://ift.tt/3ljq5ve
0 Comments