କଂଟାବାଞ୍ଜି : କଂଟାବାଞ୍ଜି ଥାନା ଡୁମେରଚୁଆଁ ଗାଁରେ ଚାଲିଥିବା ବେଆଇନ ଫର୍ନିଚର ୟୁନିଟରେ ରବିବାର ବନବିଭାଗ ଚଢ଼ଉ କରିଥିଲା। ରେଞ୍ଜର ଶ୍ରଦ୍ଧାଦେବ ବଡ଼ମାଳୀଙ୍କ ସୂଚନାନୁସାରେ, ଡୁମେରଚୁଆଁ ଗାଁରେ ବେଆଇନ ଭାବେ ଫର୍ନିଚର ୟୁନିଟ ଚାଲିଥିବା ବନବିଭାଗ ଖବର ପାଇ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ସେଠାରେ ତିଆରି ହେଉଥିବା ଅର୍ଦ୍ଧନିର୍ମିତ କାଠ ସାମଗ୍ରୀ ଯଥା ପଲଙ୍କ, ଆଳଣା, ଡାଇନିଂ ସେଟ ଓ ୧୨ ଖଣ୍ଡ ମୂଲ୍ୟବାନ ସାଗୁଆନ ପଟା ଜବତ କରାଯାଇଥିଲା। ଚଢ଼ଉ ସମୟରେ ଏହାର ମାଲିକ ଓ କର୍ମଚାରୀ ଫେରାର୍ ହୋଇଯାଇଥିଲେ। କେବଳ ଜଣକୁ କାବୁ କରି ଅଟକ ରଖାଯାଇଛି। ଜବତ କାଠପଟା ଓ ସାମଗ୍ରୀ ୨୦ରୁ ୨୫ ସିଏଫ୍‌ଟି ହେବ ଓ ଆନୁମାନିକ ମୂଲ୍ୟ ଏକଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି। ଚଢ଼ଉରେ ଫରେଷ୍ଟର ବିନୋଦ ବିହାରୀ ଧରୁଆ, ମହୁଲପାଟି ଫରେଷ୍ଟର ସତ୍ୟବାନ ମାଝୀ, ଫରେଷ୍ଟ ଗାର୍ଡ ଚନ୍ଦ୍ରକାନ୍ତି ସୁନା, ଗୀତାଞ୍ଜଳି ନିଆଲ, ଧରିତ୍ରୀ ବାରିକ, ଅଜିତ ବେହେରା ପ୍ରମୁଖ ସାମିଲ ଥିଲେ।

The post ଫର୍ନିଚର ୟୁନିଟ୍‌ରେ ବନବିଭାଗର ଚଢ଼ଉ, ପଟା ସହ ଅର୍ଦ୍ଧନିର୍ମିତ ସାମଗ୍ରୀ ଜବତ first appeared on Sambad.

from ଜିଲ୍ଲା | Sambad https://ift.tt/3iQ81Hq