ସମ୍ବଲପୁର : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମ୍ବଲପୁର ସହରର ୨ଟି ହୋଟେଲକୁ ନୋଟିସ୍ ଦେଇଛି। ବୁଢ଼ାରଜାରେ ଥିବା ପ୍ରତିଷ୍ଠିତ ହୋଟେଲ ମଧ୍ୟରୁ ଅନ୍ୟତମ ହୋଟେଲ ଗ୍ରାଣ୍ଡ ଶିବା ଏବଂ ଗୋଲବଜାର ଅଂଚଳରେ ଥିବା ହୋଟେଲ ନ୍ୟୁ ବମ୍ବେ ଲଜ୍‌ ଆଣ୍ଡ ବୋର୍ଡଂକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

କାହିଁକି ହୋଟେଲ ଖୋଲିବା ପାଇଁ ଦିଆଯାଇଥିବା ଅନୁମତି(ସିଟିଓ) ବାତିଲ କରାଯିବା ନାହିଁ ଏବଂ ୱାଟର(ପିସିପି) ଆକ୍ଟ ୧୯୭୪ର ଧାରା ୩୩ ଏ’ ଅନୁଯାୟୀ ହୋଟେଲ କାହିଁକି ବନ୍ଦ କରାଯିବ ନାହିଁ ବୋଲି କାରଣ ଦର୍ଶାଇବାକୁ କୁହାଯାଇଉଛି। ଏହି ଦୁଇ ହୋଟେଲକୁ ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି। ଏହି ଅବଧି ମଧ୍ୟରେ ଉତ୍ତର ନଦେଲେ କିମ୍ବା ଉତ୍ତର ସନ୍ତୋଷଜନକ ‌ନହେଲେ ସିଟିଓ ବାତିଲ କରାଯିବା ସହିତ ହୋଟେଲ ବନ୍ଦ ପାଇଁ ନୋଟିସ୍ ଜାରି କରାଯିବ ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସମ୍ବଲପୁର ଆଂଚଳିକ ଅଧିକାରୀ ଏଥିରେ ସତର୍କ କରାଇଛନ୍ତି।

The post ୨ ‌ହୋଟେଲକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନୋଟିସ୍ first appeared on Sambad.

from ଜିଲ୍ଲା | Sambad https://ift.tt/3xwuYDQ