ହାଟଡିହି : ହାଟଡିହି ବିଡିଓ ବିନିତା ବିଜୟିନୀ ଆଜି ଏକ ସ୍କୁଲ୍‌ ପରିଦର୍ଶନରେ ଯାଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିଛନ୍ତି। ବିଡିଓ ଆଜି ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ୍‌ର ଉନ୍ନୟନ କାର୍ଯ୍ୟ ତଦାରଖ କରିବାକୁ ଯାଇଥିଲେ। ଛାତ୍ରଛାତ୍ରୀଙ୍କୁ କୋଭିଡ ନିୟମାନୁଯାୟୀ ଶିକ୍ଷାଦାନ କରାଯାଉଛି କି ନାହିଁ ସେନେଇ ବିଭିନ୍ନ ଶ୍ରେଣୀଗୃହ ବୁଲି ଦେଖିବା ସହିତ ସ୍କୁଲ୍‌ର ପରିବେଶ ଦେଖି ଖୁସିବ୍ୟକ୍ତ କରିଥିଲେ। ଏପରିକି ସେ ଦଶମ ଶ୍ରେଣୀ ପିଲାଙ୍କୁ ଇତିହାସ ମଧ୍ୟ ପଢ଼ାଇଥିଲେ।

The post ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ବିଡିଓ first appeared on Sambad.

from ଜିଲ୍ଲା | Sambad https://ift.tt/3s1boyf