ବାରିପଦା: ମୟୁରଭଞ୍ଜ ଜିଲ୍ଲାର ଦ୍ୱାରଶୁଣି ଘାଟିରେ ଆଜି ଏକ ପିଆଜ ବୋଝେଇ ଟ୍ରକ ଘାଟି ତଳକୁ ଖସିପଡିଛି | ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି | ମିଳିଥିବା ସୂଚନା ମୁତାବକ ମହାରାଷ୍ଟ୍ରର ନାସିକରୁ ଏକ ପିଆଜ ବୋଝେଇ ଟ୍ରକ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବାବେଳେ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦ୍ୱାରଶୁଣି ଘାଟିରେ ଭାରସାମ୍ୟ ହରାଇ ୫୦ ଫୁଟ ତଳକୁ ଖସିଯାଇଥିଲା |

ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି | ଦମକଳ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି | ସୂଚନା ଥାଉ କି ଦ୍ୱାରଶୁଣି ଘାଟିରେ ସପ୍ତାହକ ତଳେ ଏକ ସିରିଜ ଦୁର୍ଘଟଣା ଘଟିଥିଲା। ଦ୍ରୁତଗତିରେ ଯାଉଥିବା ଏକ ଆଇରନ୍‌ ବୋଝେଇ ଟ୍ରକ୍‌ ଜଣକ ପରେ ଜଣକୁ ଧକ୍କା ଦେଇଥିଲା ।

ଏହି ଦୁର୍ଘଟଣାରେ ମୋଟ୍‌ ୧୫ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିଲେ । ସୂଚନାଯୋଗ୍ୟ, ଦ୍ୱାରଶୁଣି ଘାଟିରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି। ଚାଳକମାନଙ୍କର ସାମାନ୍ୟ ଅବହେଳା ଯୋଗୁଁ ଲୋକଙ୍କର ଧନଜୀବନକୁ କ୍ଷତି ପହଞ୍ଚାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି।

The post ଦ୍ୱାରଶୁଣି ଘାଟିରେ ୫୦ ଫୁଟ ତଳକୁ ଖସିଲା ପିଆଜ ବୋଝେଇ ଟ୍ରକ, ୨ ଜଣଙ୍କର ମୃତ୍ୟୁ first appeared on Sambad.

from ଜିଲ୍ଲା | Sambad https://ift.tt/3yFr1Oi