
ମାଲକାନଗିରି: ମାଲକାନଗିରି ସମ୍ବାଦ ସାହିତ୍ୟ ଘରର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି ସ୍ଥାନୀୟ ବୁଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସଭାପତି ନାରାୟଣ ଭୋଳ ସଭାପତିତ୍ବ କରିଥିବା ବେଳେ ସାହିତ୍ୟ ଘରର ଅନ୍ୟ ସହଯୋଗୀମାନେ ଉପସ୍ଥିତ ଥିଲେ। ବୈଠକରେ ବିଭିନ୍ନ ବିଷୟରେ ଆଲୋଚନା କରାଯିବା ସହ କିପରି ପ୍ରତ୍ୟେକ ମାସରେ ମାସିକ ବୈଠକ ହେବ ଏବଂ ମହାପୁରଷମାନଙ୍କ ଦିବସ ପାଳନ କରାଯିବ ସେନେଇ ନିଷ୍ପତ୍ତି ନିଆଯାଇଥିଲା। ଏଥିସହ ଆଜିର ଏହି ବୈଠକରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା।
ପୂର୍ବତନ ସଭାପତି ନାରାୟଣ ଭୋଳ ପୁରୁଣା କମିଟିକୁ ଭଙ୍ଗ କରିବା ପରେ ନୂତନ କମିଟି ଚୟନ କରାଯାଇଥିଲା। ନୂତନ କମିଟିର ସଭାପତି ଭାବେ ଅଧ୍ୟାପକ ଡ.ରଂଜନ କୁମାର ସ୍ବାଇଁଙ୍କୁ ସଭାପତି କରିବା ପାଇଁ ଜିଲ୍ଲା ସଂଯୋଜକ ପ୍ରମେନ୍ଦ୍ର ପରିଛା ପ୍ରସ୍ତାବ ଦେଇଥିଲେ। ଏହାକୁ ଶିକ୍ଷକ ସୁକାନ୍ତ ସାହୁ ସମର୍ଥନ କରିବା ପରେ ଏହା ସର୍ବସମ୍ମତିରେ ଗୃହୀତ ହୋଇଥିଲା। ଏହାପରେ ଉପସଭାପତି ରୂପେ ପ୍ରମୋଦ କୁମାର ସେନାପତିଙ୍କୁ ମନୋନୀତ କରାଯାଇଥିବା ବେଳେ ସଂପାଦକ ଭାବେ ସୁକାନ୍ତ କୁମାର ସାହୁ,ସହ ସଂପାଦକ ଭାବେ ମୋହନ କୁମାର ବିଳାଶ,ସଂଗଠନ ସଂପାଦକ ଭାବେ ଶରତ କୁମାର ଦାସ,କୋଷାଧ୍ୟକ୍ଷ ଭାବେ ସମୀରକାନ୍ତ ରଥଙ୍କୁ ମୋନନୀତ କରାଯାଇଥିଲା। ଉପଦେଷ୍ଟା ଭାବେ ପ୍ରକାଶ ଚନ୍ଦ୍ର ପଟନାୟକ,ନାରାୟଣ ଭୋଳ,ରବୀନ୍ଦ୍ର କୁମାର ମହାରଣା,ପ୍ରକାଶ ଚନ୍ଦ୍ର ନାୟକଙ୍କୁ ଦାୟୀତ୍ବ ପ୍ରଦାନ କରାଯାଇଥିଲା।
ଏହି ନୂତନ କମିଟି ଆଗାମୀ ଦିନରେ ସମ୍ବାଦ ସାହିତ୍ୟ ଘରର ନୂତନ ରୂପରେଖ ଆଣିବ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରକାଶ ଚନ୍ଦ୍ର ପଟନାୟକ,ପ୍ରକାଶ ଚନ୍ଦ୍ର ନାୟକ,ନାରାୟଣ ଭୋଳ,ରବୀନ୍ଦ୍ର କୁମାର ମହାରଣା,ପ୍ରମୋଦ କୁମାର ସେନାପତି,ସୁକାନ୍ତ ସାହୁ,ଡ.ରଂଜନ କୁମାର ସ୍ବାଇଁ,ସମୀରକାନ୍ତ ରଥ,ଅଲେଖ କୁମାର ପାତ୍ର,ବିଣାପାଣୀ ଦେବୀ,ଅଙ୍ଗୁରବାଳା ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।ଜିଲ୍ଲା ସଂଯୋଜକ ପ୍ରମେନ୍ଦ୍ର ପରିଛା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
The post ସମ୍ବାଦ ସାହିତ୍ୟ ଘରର ନୂତନ କର୍ମକର୍ତ୍ତା ଚୟନ first appeared on Sambad.from ଜିଲ୍ଲା | Sambad https://ift.tt/3xlOhj2
0 Comments