
ନୂଆପଡ଼ା : ନୂଆପଡ଼ା ଜିଲ୍ଲାର ୧୪ ବର୍ଷର ନାବାଳକ ୨ଲକ୍ଷ ଟଙ୍କାରେ ଇଟାଭାଟି ମାଲିକଙ୍କ ପାଖରେ ବନ୍ଧା ପଡ଼ିଛି। ଗତ ୨୦ ଦିନ ହେବ ବନ୍ଧକ ଥିବା ଏହି ନାବାଳକଙ୍କୁ ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନକୁ ପରିବାର ଲୋକ ଓ ଜିଲ୍ଲା ଗରିବସେନା ସଭାପତି ରବି ମଙ୍ଗରାଜ ଗୁହାରି କରିଛନ୍ତି।
ନୂଆପଡ଼ା ଜିଲ୍ଲା ଲଖନା ପଞ୍ଚାୟତ ଦେଡେଙ୍ଗା ଗାଁର ଯାମିନୀ ହରିଜନ ଓ ଜଗା ହରିଜନ ସ୍ଥାନୀୟ ଶ୍ରମିକ ଦଲାଲ ସବିର ମହମ୍ମଦଙ୍କ ପ୍ରରୋଚନାରେ ପଡ଼ିଥିଲେ। ହାଇଦ୍ରାବାଦର ନାଲଗୋଣ୍ଡା ଜିଲ୍ଲା ଚେରଲାପେଲି ଅଞ୍ଚଳର ଏକ ଇଟାଭାଟିକୁ କାମ କରିବାକୁ ଯାଇଥିଲେ। ଭଉଣୀ ଓ ଭିଣୋଇଙ୍କ ସାଙ୍ଗରେ ବଲ୍ଲଭ ହରିଜନ (ନାବାଳକ ଭାଇ) ମଧ୍ୟ ଯାଇଥିଲେ। ସେଠାରେ ମାଲିକ ନବାଦ ଏଙ୍କେନା ନିର୍ଯାତନା ଦେବାରୁ ଭଉଣୀ ଓ ଭିଣୋଇ ଲୁଚିକି ପଳେଇ ଆସିଥିଲେ। କିନ୍ତୁ ବଲ୍ଲଭ ଆସିନପାରିବାରୁ ମାଲିକ ନାବାଳକଙ୍କୁ ଇଟାଭାଟରେ ଦିନରାତି କାମ କରାଉଛି। ଠିକ୍ ଭାବରେ ଖାଇବାକୁ ଦେଉନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।
ମାଲିକ ଜଣକ ୨ଲକ୍ଷ ଟଙ୍କା ଦେଲେ ପିଲାକୁ ଛାଡ଼ିବି ବୋଲି କହୁଛି। ଏହା ଜାଣିବା ପରେ ଗୁରୁବାର ନାବାଳକଙ୍କ ପରିବାର, ଗରିବସେନା ସଭାପତି ଶ୍ରୀ ମଙ୍ଗରାଜ ନୂଆପଡ଼ା ଉପଜିଲ୍ଲାପାଳ ତରଣୀସେନ ନାୟକଙ୍କୁ ଭେଟି ପିଲାକୁ ଉଦ୍ଧାର କରିବାକୁ ଦାବିପତ୍ର ଦେଇଛନ୍ତି। ସ୍ଥାନୀୟ ଶ୍ରମିକ ସର୍ଦାର ଶୁକ୍ଲିମୁଣ୍ଡି ଗାଁର ସବିର ମହମ୍ମଦ ଓ ଇଟାଭାଟି ମାଲିକଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବିପତ୍ର ଦେଇଛନ୍ତି।
The post ୨ ଲକ୍ଷ ଟଙ୍କାରେ ବନ୍ଧା ପଡ଼ିଛି ନାବାଳକ, ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନକୁ ଗୁହାରି first appeared on Sambad.from ଜିଲ୍ଲା | Sambad https://ift.tt/3yrzYuD
0 Comments