
ଦଶରଥପୁର : ମଙ୍ଗଳପୁର ଥାନା ତରପଦା ପଞ୍ଚାୟତ ଗୋପକୂଳ ଗାଁରେ ଜମି ବିବାଦ ଓ ସଂଘର୍ଷ ଘଟଣାରେ ଅଧିକ କ୍ଷତିଗ୍ରସ୍ତ ପରିବାର କୋହଳ ଦଫା ଲଗାଇବାକୁ ବିରୋଧ କରି ଶତାଧିକ ଲୋକ ଗୁରୁବାର ଦିନ ଥାନା ଆଗରେ ଧାରଣା ଦେଇଛନ୍ତି। ସେମାନଙ୍କ ଅଭିଯୋଗ ଯେ ପୁଲିସ ଜାଣିଶୁଣି କୋହଳ ଦଫା ଲଗାଇଛି।
ଏହାର ପ୍ରତିବାଦରେ ଅଭିଯୋଗକାରୀ ମମତା ଜେନାଙ୍କ ସମେତ ପଞ୍ଚାୟତର ଶତାଧିକ ପୁରୁଷ ଓ ମହିଳା ମଙ୍ଗଳପୁର ଥାନା ଆଗରେ ଧାରଣା ଦେଇଥିଲେ। ପୁଲିସ ଟଙ୍କା ନେଇ ଦଫା କୋହଳ କରିଥିବା ଅଭିଯୋଗକରି ଥାନା ଭିତରକୁ ଧସେଇ ପଶିଥିଲେ। ଭିତରେ ଥିବା ଚେୟାର ଓ ଟେବୁଲ ଫିଙ୍ଗିିଥିଲେ। ଅଭିଯୁକ୍ତମାନେ ଜାମିନରେ ଆସି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ତେଣୁ ତଦନ୍ତକାରୀ ଅଧିକାରୀ ବିପିନ ସାହୁଙ୍କୁ ତୁରନ୍ତ ବଦଳି କରିବାକୁ ଦାବି କରିଥିଲେ। ଖବର ପାଇ ଏସଡିପିଓ ସରୋଜ କୁମାର ଉପାଧ୍ୟାୟ ପହଞ୍ଚି ବୁଝାସୁଝା କରିବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ସାହୁ, ରଂଜିତ ଦାସ, ଯୁବନେତା ତାପସ ଜେନା, କମଳାକାନ୍ତ ଜେନା ଆନ୍ଦୋଳନର ନେତୃତ୍ୱରେ ନେଇଥିଲେ।
ଗତ ୬ ତାରିଖରେ ଜମି ବିବାଦକୁ ନେଇ ବିଷ୍ଣୁ ଜେନା ଓ କୃଷ୍ଣ ଜେନାଙ୍କ ପରିବାର ମଧ୍ୟରେ ମାରପିଟ ହୋଇଥିଲା। ବିଷ୍ଣୁ ଜେନାଙ୍କ ପରିବାର ପକ୍ଷରୁ ତାଙ୍କ ବୋହୂ ମମତା ଜେନା ଲିଖିତ ଅଭିଯୋଗ କରିଥିଲେ। ବିଷ୍ଣୁ ଜେନାଙ୍କ ଘରେ ପଶି କୃଷ୍ଣ ଜେନା ଓ ପୁଅବୋହୂ ମିଶି ମାଡ଼ଗୋଳ କରିଥିଲେ।ଏଥିରେ ବିଷ୍ଣୁଙ୍କ ପତ୍ନୀଙ୍କ ବାମ ଆଙ୍ଗୁଳି କଟିବା ସହ ମୁଣ୍ଡ ଫାଟିଥିଲା। ମମତାଙ୍କ ଏତଲାରେ ୩୮୫/୨୧ରେ ଦଫା ମାମଲା ରୁଜୁ କରି ପୁଲିସ କୃଷ୍ଣଙ୍କୁ ଗିରଫ କରିଥିଲା। ସେ ଦୁଇଦିନ ଜେଲରେ ରହି ବେଲ୍ରେ ବାହାରିଥିଲେ। ଏହାକୁ ବିରୋଧ କରି ବିଷ୍ଣୁ ଜେନାଙ୍କ ପରିବାର ଉତ୍ତ୍ୟକ୍ତ ହୋଇ କୃଷ୍ଣ ଜେନାଙ୍କ ପରିବାରକୁ ଗାଁକୁ ଛାଡ଼ି ନଥିଲେ। ୪/୫ ଦିନ ବାହାରେ ବୁଲିବାପରେ ଥାନାକୁ ଯାଇ କୃଷ୍ଣଙ୍କ ପରିବାରର ଫୁଲ ଜେନା ଏତଲା ଦେଇଥିଲେ। ଏନେଇ ପୁଲିସ ୩୮୪/୨୧ରେ ସାରଥି ଜେନା, ମମତା ଜେନା, ସୁରେଖା ଜେନା, ବିଷ୍ଣୁ ଜେନାଙ୍କ ନାମରେ ମାମଲା ରୁଜୁ କରିଛି। କାହାକୁ ଗିରଫ କରାଯାଇନାହିଁ।
The post ଜମିଜମା ବିବାଦ: ଦଫା କୋହଳ ପ୍ରତିବାଦରେ ଥାନା ଘେରାଉ first appeared on Sambad.from ଜିଲ୍ଲା | Sambad https://ift.tt/3AUZKbp
0 Comments