ବଲାଙ୍ଗୀର : କେନ୍ଦ୍ର ରେଳ ମନ୍ତ୍ରୀ ବଲାଙ୍ଗୀର ଗସ୍ତରେ ଆସିବା କାର୍ଯ୍ୟକ୍ରମ ଥିବା ବେଳେ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ ଜିଲ୍ଲାର ବିଭିନ୍ନ ଦାବିକୁ ନେଇ ଏକ ପତ୍ର ମାଧ୍ୟମରେ ରେଳ ମନ୍ତ୍ରୀଙ୍କୁ ଜଣାଇଛନ୍ତି। ସେ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି, ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପ ଭାବରେ ଘୋଷଣା କରାଯାଉ। ପ୍ରକଳ୍ପ କାମ ବିଳମ୍ବ ହେଉଥିବା ବେଳେ ୨୦୨୨ ଡିସେମ୍ବର ସୁଦ୍ଧା ଏହାକୁ ସାରିବାକୁ ଉଦ୍ୟମ ହେବା ଦରକାର ବୋଲି ସେ ଉଲ୍ଲେଖ କରିଛନ୍ତି। ଏହାସହ କଣ୍ଟାବାଞ୍ଜିରେ ୱାଗନ କାରଖାନା କରିବା, ବଲାଙ୍ଗୀର ରେଳ ଷ୍ଟେସନକୁ ପିଏମ୍‌ ମୋଡେଲ ଷ୍ଟେସନ କରିବା, ଇସ୍ପାତ ଏକ୍ସପ୍ରେସ ଟିଟିଲାଗଡ଼ରୁ କଣ୍ଟାବାଞ୍ଜି ଯାଏ ସଂପ୍ରସାରଣ କରିବା, ସମ୍ବଲପୁର ଜାମ୍ମୁତାବି ଏକ୍ସପ୍ରେସ ଟିଟିଲାଗଡ଼ ଯାଏ ସଂପ୍ରସାରଣ, ସମ୍ବଲପୁର-ପୁରୀ ଇଣ୍ଟରସିଟି ବଲାଙ୍ଗୀର ଯାଏ ସଂପ୍ରସାରଣ କରିବା ସହ ବିଭିନ୍ନ ଓଭରବ୍ରିଜ, ଅଣ୍ଡରବ୍ରିଜ ନିର୍ମାଣ ଭଳି ୧୩ ଦଫା ଦାବି ଉପରେ ସେ ପତ୍ର ଲେଖିଛନ୍ତି।

The post ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଲେ କଳିକେଶ first appeared on Sambad.

from ଜିଲ୍ଲା | Sambad https://ift.tt/3AZ9MYX