
କୋରାପୁଟ: ଲୋକଙ୍କ ନିକଟରେ ପହଞ୍ଚି ସମସ୍ତ ରାଜସ୍ୱ ସୁବିଧା ପ୍ରଦାନ ଦିଗରେ ଆଗୁଆ ରହିବାର ପ୍ରମାଣ ଦେଇଛି କୋରାପୁଟ ଜିଲ୍ଲା ପ୍ରଶାସନ। ଆଜି କୋରାପୁଟ ତହସିଲ ପକ୍ଷରୁ କୁମ୍ଭା-୧ ମୌଜ଼ାର ପୂଜାରିପୁଟ ବସ୍ତିରେ ୫୨ ହିତାଧିକାରୀଙ୍କୁ ଗ୍ରାମକଣ୍ଠ ଘରବାରୀ ପଟ୍ଟାର ପ୍ରମାଣପତ୍ର ପ୍ରଦାନ କରାଯାଇଛି। କୋରାପୁଟ ତହସିଲଦାର ରଞ୍ଜନ କୁମାର ମାନସେଠ, ଅତିରିକ୍ତ ତହସିଲଦାର ସସ୍ମିତା କୁମାରୀ ଜେନା, ରାଜସ୍ୱ ପରିଦର୍ଶକ ରଘୁନାଥ ଖଟେଇ, ରାଜସ୍ୱ ନିରୀକ୍ଷକ ମନୋଜ ଭତ୍ରା, ବରିଷ୍ଠ ରାଜସ୍ୱ ସହାୟକ ଗୁପ୍ତ ପ୍ରସାଦ ଦାସଙ୍କ ସମେତ ସମସ୍ତ କ୍ଷେତ୍ର କର୍ମଚାରୀ ପୂଜାରିପୁଟ ବସ୍ତିକୁ ଯାଇ ସମସ୍ତ ହିତାଧିକାରୀଙ୍କ ଘରେ ପହଞ୍ଚି ଗ୍ରାମକଣ୍ଠ ପରମ୍ବକ ଘରବାରୀ ସତ୍ତ୍ୱରେ ଜମିପଟ୍ଟା ବଣ୍ଟନ କରିଛନ୍ତି।
ଜିଲ୍ଲା ପ୍ରସାଶନ ଘରପାଖରେ ପହଞ୍ଚି ଏପରି ସୁବିଧା ପ୍ରଦାନ କରିଥିବାରୁ, ବସ୍ତିବାସୀଙ୍କ ମନରେ ଖୁସିରଲହରୀ ଖେଳିଯାଇଥିବା ଦେଖିବାକୁ ମିଳିଥିଲା। ତେବେ ଏହି ସୁବିଧା ସର୍ବସାଧରଣଙ୍କୁ ସର୍ବଦା ଯୋଗାଇ ଦିଆଯିବ ବୋଲି ତହସିଲଦାର ମାନସେଠ କହିଛନ୍ତି। ଗତ ଏପ୍ରିଲ ମାସରେ ତହସିଲଦାରଙ୍କ ନିର୍ଦେଶକ୍ରମେ ରାଜସ୍ୱ ପରିଦର୍ଶକ ଗୋଲକ ବିହାରୀ ପରିଡା, ରାଜସ୍ୱ ନିରୀକ୍ଷକ ଦୁର୍ଯ୍ୟୋଧନ ନାୟକ କ୍ଷେତ୍ର କର୍ମଚାରୀଙ୍କ ସହ ତଦନ୍ତ କରି ସତ୍ଵାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିଥିଲେ।
The post ୫୨ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ first appeared on Sambad.from ଜିଲ୍ଲା | Sambad https://ift.tt/2VRrYo7
0 Comments