ତୁଷୁରା: ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ୍ ଡୁଙ୍ଗୁରିପାଲି ଗାଁରେ ଶୁକ୍ରବାର ସକାଳେ ଏକ ବଡ଼ ଅଘଟଣ ଘଟିଛି। ବିଦ୍ୟୁତ୍ ତାର ଲାଗି ଏକ ଟ୍ରକ୍ ଜଳିଯିବାରୁ ଏହାର ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଟ୍ରକ୍ (ଓଡି ୧୯ଏଲ୍ ୯୮୧୨)ଟି ୨୫ ଟନ୍ ଅଲ୍ଟ୍ରାଟେକ୍ ସିମେଣ୍ଟ ବୋଝେଇ କରି ଝାରସୁଗୁଡ଼ାରୁ ଗୁଡ଼ଭେଲା ବ୍ଲକ୍ ଡୁଙ୍ଗୁରିପାଲିକୁ ଆସିଥିଲା।

ସିମେଣ୍ଟ ବେପାରୀ ଅରୁଣ ପ୍ରଧାନଙ୍କ ଗୋଦାମ ଆଗରେ ଗାଡ଼ିରୁ ସିମେଣ୍ଟ ଓହ୍ଲାଇବା ପାଇଁ ଢଙ୍କା ହୋଇଥିବା ତାରପୋଲିନ ଖୋଲିବାକୁ ଚାଳକ ଉପରକୁ ଚଢ଼ିଥିଲେ। ଦଉଡ଼ି ଖୋଲିବା ସମୟରେ ତାହା ଉପରେ ଥିବା ଥ୍ରିଫେଜ୍ ବିଦ୍ୟୁତ୍ ତାରରେ ଲାଗିଯାଇଥିଲା। ଫଳରେ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ତୁଷୁରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

The post ବିଦ୍ୟୁତ୍ ତାର ଲାଗି ଜଳିଗଲା ଟ୍ରକ୍, ଚାଳକ ଜୀବନ୍ତ ଦଗ୍ଧ first appeared on Sambad.

from ଜିଲ୍ଲା | Sambad https://ift.tt/3jieBXo