ଭୁବନେଶ୍ବର: ଓଡ଼ିଶା ମାଧ୍ୟମିକ ସ୍କୁଲ ଟିଚର୍‌ ଏଲିଜିବେଲିଟି ଟେଷ୍ଟ(ଓଏସ୍‌ଏସ୍‌ଟିଇଟି) ପରୀକ୍ଷା ବୁଧବାର ଅନୁଷ୍ଠିତ ହେବ। ରାଜ୍ୟର ୨୮୮ଟି କେନ୍ଦ୍ରରେ ୫୩ ହଜାର ପରୀକ୍ଷାର୍ଥୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିବେ। ଚଳିତବର୍ଷ ପରୀକ୍ଷାରେ ସ୍ବଚ୍ଛତା ବଜାୟ ରଖିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ପରୀକ୍ଷାରେ ଅସାଧୁ ପନ୍ଥା ଆପଣାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗ ଚେତାବନୀ ଦେଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଏହି ପରୀକ୍ଷାର ସୁପରିଚାଳନା ଓ ସୁରକ୍ଷା ବ୍ୟବସ୍ଥା ନେଇ ବିଭାଗୀୟ ଅଧିକାରୀମାନେ ପୁଲିସ ମହାନିର୍ଦେଶକଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ପରୀକ୍ଷା ଉପରେ ତୀକ୍ଷଣ ନଜର ରଖିବାକୁ ସବୁ ଜିଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ କୁହାଯାଇଛି। ଯଦି କୌଣସି ପରୀକ୍ଷାର୍ଥୀ କପି କରି ଧରାପଡ଼ନ୍ତି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଉକ୍ତ ପରୀକ୍ଷାର୍ଥୀଙ୍କୁ ଆଜୀବନ ବାସନ୍ଦ କରାଯିବ। ଏନେଇ ବିଭାଗ ପକ୍ଷରୁ ସମସ୍ତ ଡିଇଓଙ୍କୁ ନିର୍ଦେଶ ଦିଆଯାଇଛି।

The post ଆଜି ଓଏସ୍‌ଏସ୍‌ଟିଇଟି ପରୀକ୍ଷା: କପି କଲେ ଆଜୀବନ ବାସନ୍ଦ first appeared on Sambad.

from ଜିଲ୍ଲା | Sambad https://ift.tt/38ykIAA