
ଚଣ୍ଡିଖୋଲ : ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ମାଣ୍ଡୁକା ଅଞ୍ଚଳରେ ଏକ ହେଟାବାଘ ବୁଲୁଥିବା ପ୍ରଚାର ହେବା ପରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସୂଚନା ମୁତାବକ, କୃଷ୍ଣଦାସପୁର-ରତ୍ନଗିରି ପୂର୍ତ୍ତ ବିଭାଗ ରାସ୍ତାର ପଦଲାପୁର ଛକରେ ଥିବା ଟୋଲଗେଟ୍ ନିକଟ ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ଏକ ହେଟାବାଘ ଯାଉଥିବା କର୍ମଚାରୀମାନେ ଦେଖିଥିଲେ। ଆଜି ସକାଳେ ଏହା ପ୍ରଚାର ହେବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।
The post ମାଣ୍ଡୁକା ଅଞ୍ଚଳରେ ହେଟାବାଘ ଆତଙ୍କ first appeared on Sambad.from ଜିଲ୍ଲା | Sambad https://ift.tt/3A3DY4R
0 Comments