
ବାଲେଶ୍ବର : କ୍ରାଇମ୍ବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ ଟିମ୍ ଗତକାଲି ସଂଧ୍ୟାରେ ବାଲେଶ୍ବର ସହରର ଅରାଡ଼ବଜାରରୁ କୁଖ୍ୟାତ ବ୍ରାଉନସୁଗାର ଡିଲର ସେକ୍ ରାଜୁ(୩୫)କୁ ଗିରଫ କରିଛି। ସେକ୍ ରାଜୁର ଘର ଜଳେଶ୍ବର ଥାନା ଅଞ୍ଚଳରେ। ଆଜି ବାଲେଶ୍ବର ଜିଲ୍ଲା ଅଦାଲତରେ ତାକୁ ହାଜର କରାଯିବା ପରେ ଜେଲକୁ ପଠାଯାଇଥିବା ଜଣାଯାଇଛି।
ଏସ୍ଟିଏଫ୍ରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୧୪ ତାରିଖରେ ଏସଟିଏଫ୍ ଟିମ୍ ଦ୍ବାରା ଜଳେଶ୍ବରରୁ ୩ ବ୍ରାଉନସୁଗାର ବେପାରି ଗିରଫ ହୋଇଥିବା ବେଳେ ସେମାନଙ୍କ ଠାରୁ ଜବତ ହୋଇଥିବା ୨ କିଲୋ ୪୦୨ ଗ୍ରାମ୍ ବ୍ରାଉନସୁଗାର ଘଟଣାରେ ସେକ୍ ରାଜୁ ମୁଖ୍ୟ କାର୍ପଟଦାର ଥିବା ଏସ୍ଟିଏଫ୍ ଜାଣିବାକୁ ପାଇଛି। ସମ୍ପୃକ୍ତ ୩ ଅଭିଯୁକ୍ତ ସେମାନଙ୍କୁ ବ୍ରାଉନସୁଗାର କାରବାରରେ ସେକ୍ ରାଜୁ ଲଗାଇଥିବା କହିଛନ୍ତି। ଏଥିସହ ତାର ନିଶା ସାମ୍ରାଜ୍ୟ କେତେଯାଏ ଲମ୍ବିଛି ତା ମଧ୍ୟ ଏସ୍ଟିଏଫ୍ ଆଗରେ ସେମାନେ ମାନିଥିବା ସୂଚନା ଦିଆଯାଇଛି। ସେକ୍ ରାଜୁ ପଶ୍ଚିମବଙ୍ଗ ମୁର୍ସିଦାବାଦ ଜିଲ୍ଲାର ଲାଲାଗୋଲା ଅଞ୍ଚଳରୁ ବ୍ରାଉନସୁଗାର ଆଣି ଜଳେଶ୍ବରରେ ଷ୍ଟକ୍ ରଖୁଥିଲା। ସେଠାରୁ ଖୁଚୁରା ଆକାରରେ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ପଠାଉଥିଲା ତେବେ ସେକ୍ ରାଜୁକୁ ଗିରଫ ପରେ ବ୍ରାଉନସୁଗାରର ପେଣ୍ଠ ପଶ୍ଚିମବଙ୍ଗର ଲାଲଗୋଲା ଅଞ୍ଚଳରେ ପଶିବା ପାଇଁ ଏସ୍ଟିଏଫ୍ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରିଥିବା ସୂଚନା ମିଳିଛି।
The post ଏସ୍ଟିଏଫ୍ ପଞ୍ଝାରେ ବ୍ରାଉନସୁଗାର ଡିଲର ସେକ୍ ରାଜୁ first appeared on Sambad.from ଜିଲ୍ଲା | Sambad https://ift.tt/3ykqZKQ
0 Comments