
ବାରିପଦା: ରଜାବସା ଗ୍ରାମପଞ୍ଚାୟତର ଅଧିବାସୀ ଏବଂ ଜେଏମଏମ ମୟୂରଭଞ୍ଜ-୧ ସଭାପତି ପ୍ରଭୁଦାନ ମାର୍ଣ୍ଡିଙ୍କ ନେତୃତ୍ଵରେ ବାରିପଦା ତହସିଲଦାର ରାମଚନ୍ଦ୍ର ସୋରେନଙ୍କୁ ପ୍ରତିବାଦ ଅଭିଯୋଗ ପ୍ରଦାନ କରାଯାଇଛି । ସରକାରୀ ଜମିର କିସମ ପରିବର୍ତ୍ତନ ସମ୍ବନ୍ଧରେ ମୌଜା ମୋହିନୀଗଞ୍ଜ, ତହସିଲ ବାରିପଦା,ଖତିୟାନ ନମ୍ବର ୩୧୪ରେ ଥିବା ସମସ୍ତ ଜମି ଯାହାକି କସମ ଡାହି ରହିଅଛି ତାକୁ ପରିବର୍ତ୍ତନ କରି ପତିତ ଜମି କରିବା ସହିତ ଏକ ଶିଳ୍ପ ସଂସ୍ଥା ଚିପ ଜେନେରାଲ ମ୍ୟାନେଜର ଇଡକୋ ଭୁବନେଶ୍ଵରଙ୍କୁ ଶିଳ୍ପ ପ୍ରତିଷ୍ଟା ନିମନ୍ତେ ଲିଜ ସୂତ୍ରେ ବନ୍ଦବସ୍ତ ହେବାର ଏକ ବିଜ୍ଞପ୍ତି ପ୍ରଦାନ ହୋଇଛି । ଏଥିସହିତ ତାହାର ଏକ ନକଲ ବାରିପଦା ତହସିଲ ଅଫିସ୍ ନୋଟିସ ବୋର୍ଡର ସର୍ବସାଧାରଣ ନିମନ୍ତେ ଜାରି କରାଯାଇଛି ।
ମୌଜା ମହିନୀଗଞ୍ଜରେ ସରକାରୀ ତହବିଲ୍ରେ ଜମି ଖାତା ନଂ୩୧୪ ପ୍ଳୋଟ ନମ୍ବର ୨୨୧ରୁ ଆରମ୍ଭ କରି ଆହୁରି ଅନେକ ପ୍ଳୋଟ ଜାହାର କିସମ ଆସୁ ଅଛି ଉକ୍ତ ଜମିଗୁଡିକ ପତିତ ଜମିକୁ ରୂପାନ୍ତରିତ କରିବା ବେଆଇନ ଓ ତାହା କୈଣସି ପରିସ୍ଥିତିରେ ହେବାର ଆଇନ ବିରୁଦ୍ଧ । ଯେହେତୁ ସରକାରଙ୍କ ବନ୍ଦବସ୍ତ ଦ୍ଵାରା ରହିଅଛି । ସାନ୍ତାଳ ସମ୍ପ୍ରଦାୟ ଅଧିବାସୀ ଦୀର୍ଘଦୀନରୁ ଗୃହ ନିର୍ମାଣ ଏବଂ ଚାଷ ଉପଯୋଗୀ କରି ଜୀବନ ଜୀବିକା ନିର୍ବାହ କରୁଛନ୍ତି । ଏହି ଜମିଗୁଡିକ ଡାହି କିସମ ଥିବା ଅବସ୍ଥାରେ ପତିତ କରି ଏକ ରାଜନୈତିକ ଦଳର ଚାପ ଓ ରାଜ୍ୟସ୍ୱ ମନ୍ତ୍ରୀଙ୍କ ଚକ୍ରାନ୍ତରେ ବସବର୍ତ୍ତୀ ହୋଇ ଏକ ନିର୍ଦ୍ଧିଷ୍ଟ ଜେନେରାଲ ମ୍ୟାନେଜର ଇଡକୋ ଶିଳ୍ପସଂସ୍ଥାକୁ ବିକ୍ରି ବା ଲିଜ ଦେବା ଏକ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଅଛି । ସରକାର ଯଦି ଏହା କରନ୍ତି ତେବେ ସାଧାରଣ ନୀରିହ ଆଦିବାସୀ ତାଙ୍କ ନ୍ୟାର୍ଯ୍ୟ ଦାବିରୁ ବଞ୍ଚିତ ହେବେ ।
ବହୁତ ଲୋକ ବ୍ୟାସଚ୍ୟୁତ ହେବାସହିତ ଜୀବନ ଜୀବିକା ହୋରାଇବେ । ସରକାରୀ ଅଧିନୀୟମ ଅନୁସାରେ ମୟୂରଭଞ୍ଜ ଏକ ପଞ୍ଚମ ଅନୁସୂଚିତ ଜାତି ଅଧିନିୟମ ପର୍ଯ୍ୟାୟଭୁକ୍ତ ଥିବାହେତୁ ଆଦିବାସୀ ଜଙ୍ଗଲ ଜମି ଅଧିକାର ବଳରେ ଭକ୍ତ ଭୂମିହୀନ ଗରିବ ଦିନ ମଜୁରିଆ ମାନଙ୍କର ଥଇଥାନ ଓ ବସ୍ତି ଯୋଗ୍ୟ ଜାଗା ପ୍ରଦାନ କରିବା ସର୍ବସାଧାରଣ ଆମର ଦାବୀ ପର୍ଯ୍ୟବେସିତ ଅଟେ। ତେଣୁ ଗ୍ରାମବାସୀମାନେ ଜମି ଛାଡିବେ ନାହିଁ ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଜିଲ୍ଲାର ରାଜ୍ୟସ୍ୱ ମନ୍ତ୍ରୀ ଥିବା ସତ୍ତ୍ଵେ ଆଦିବାସୀମାନଙ୍କୁ ବେଦଖଲ କରିବା ଅତି ଲଜ୍ଜାଜନକ ଏହାକୁ ଜେଏମଏମ ପକ୍ଷରୁ ଦୃଢ ବିରୋଧ କରାଯିବା ସହ ତିବ୍ର ନିନ୍ଦା କରାଯାଇଛି । ଏଥିରେ ଜେଏମଏମ ମୟୂରଭଞ୍ଜ-୧ ସଭାପତିଙ୍କ ସମେତ ଜିଲ୍ଲା ଯୁବ ସଭାପତି ଅର୍ଜୁନ ମୁର୍ମୁ, ଗ୍ରାମବାସୀ ଅଜୟ ହେମ୍ବ୍ରମ, ଚୈତନ କସ୍କୁ,ରୁହ୍ୟା ହେମ୍ବ୍ରମ, ରଥ ମୁର୍ମୁ,ଭାଗିରଥୀ ମାର୍ଣ୍ଡି,ପିଥ ମାର୍ଣ୍ଡି,ଜେଏମଏମ ବରିଷ୍ଟ ନେତା ଅନନ୍ତ ମୁର୍ମୁ, ଯୁବ ସମ୍ପାଦକ ଚୈତନ ସୋରେନ, କର୍ମୀ ପୁର୍ଥୁରାଜ ହାଁସଦାଃ ଏବଂ ଶଙ୍ଖାଭଙ୍ଗା ସରପଞ୍ଚ କାରୁ ସୋରେନ ଉପସ୍ଥିତ ଥିଲେ ।
The post ଅନୁସୂଚିତ ଅଞ୍ଚଳ ଜମି କିସମ ପରିବର୍ତ୍ତନ ଓ କମ୍ପାନି ହସ୍ତାନ୍ତର ପ୍ରକ୍ରିୟାକୁ ବିରୋଧ first appeared on Sambad.from ଜିଲ୍ଲା | Sambad https://ift.tt/3Bn1r1u
0 Comments