
କଟକ: ଏ ଅଞ୍ଚଳକୁ କୁହାଯାଏ ନେତା, ମନ୍ତ୍ରୀ, ବିଧାୟକଙ୍କ ଅଞ୍ଚଳ। ଏହି ଅଞ୍ଚଳରେ ଦିନେ ରହୁଥିଲେ ଡକ୍ଟର ହରେକୃଷ୍ଣ ମହତାବ। ଆଉ ଏହି ଅଞ୍ଚଳରେ ଏବେ ରହୁଛନ୍ତି କଟକ ଲୋକସଭା ଆସନରୁ ଲଗାତାର ଭାବେ ବିଜୟ ହାସଲ କରି ରେକର୍ଡ କରିଥିବା ଭର୍ତ୍ତୃହରି ମହତାବ। ଏହି ଅଞ୍ଚଳ ସହ ଯୋଡ଼ି ହୋଇ ରହିଛନ୍ତି ବର୍ତ୍ତମାନର ମନ୍ତ୍ରୀ ତଥା ଆଠଗଡ଼ରେ ରେକର୍ଡ ବିଜୟ ହାସଲ କରିଥିବା ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଏହି ଅଞ୍ଚଳର ବାସିନ୍ଦା ବି ହେଉଛନ୍ତି ରାଜ୍ୟସଭା ସାଂସଦ ସୁବାସ ସିଂହ।
ଖାଲି ସେତିକି ନୁହେଁ, ଏହି ଅଞ୍ଚଳର ବାସିନ୍ଦା ହେଉଛନ୍ତି ବର୍ତ୍ତମାନର ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ ଆଉ ପୂର୍ବତନ ବିଧାୟକ ପ୍ରଭାତରଂଜନ ତ୍ରିପାଠୀ। କେବଳ କଟକ ରାଜନୀତି ନୁହେଁ, ରାଜ୍ୟ ରାଜନୀତିରେ ବି ପ୍ରଭାବ ଆଉ ପତିଆରା ରଖୁଥିବା ଏଭଳି ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଘର ଆଖପାଖ ଅଞ୍ଚଳର ରାସ୍ତା, ନାଳନର୍ଦ୍ଦମା ଆଉ ପରିମଳ ବ୍ୟବସ୍ଥା ଅତ୍ୟନ୍ତ ବିପର୍ଯ୍ୟସ୍ତ। କେଉଁଠି ରାସ୍ତାରେ ଖାଲ ତ କେଉଁଠି ନାଳନର୍ଦ୍ଦମା ଜାମ୍। ମାସମାସ ଧରି ସଫା ହୋଇନି। କେଉଁଠି ଆବର୍ଜନ ଗଦା ହୋଇ ରହୁଛି ଯେ ଦିନ ଦିନ ଧରି ଉଠୁନି। ରାଜ୍ୟର ବରିଷ୍ଠ ନେତା, ମନ୍ତ୍ରୀ, ସାଂସଦ, ବିଧାୟକମାନେ ରହୁଥିବା ଅଞ୍ଚଳର ଅବସ୍ଥା ଯଦି ଏଇଆ, ତେବେ କଟକ ସହରକୁ ନେଇ ଅଧିକ ଆଉ କଣ ଆଶା କରାଯାଇ ପାରିବ? ସାଧାରଣ ଲୋକଙ୍କୁ ଏ ପ୍ରଶ୍ନ ଏବେ ଆନ୍ଦୋଳିତ କରୁଛି। ଚାନ୍ଦିନୀଚୌକ, ଡଗରପଡ଼ା, କାଳୀଗଳି, ବୁଢୀ ଠାକୁରାଣୀ, ମହମ୍ମଦିଆ ବଜାର, ମେହେନ୍ଦିପୀର, କାଜି ବଜାର, ଆଲାମଚାନ୍ଦ ବଜାର, ବାଲୁ ବଜାର, ନିମଚଉଡ଼ି ଅଞ୍ଚଳର ଏହି ଦୃଶ୍ୟ।
The post ଭର୍ତ୍ତୃହରି, ରଣେନ୍ଦ୍ର, ସୁବାସ, ଦେବୀରଂଜନ ଓ ପ୍ରଭାତ ତ୍ରିପାଠୀଙ୍କ ଘର ଆଖପାଖ ଅସଜଡ଼ା! ସହର ସଜାଡ଼ିବେ କ’ଣ? first appeared on Sambad.from ଜିଲ୍ଲା | Sambad https://ift.tt/38bjlYG
0 Comments