କୋରାପୁଟ: ମାନବିକତା ଦେଖାଇଛି ଜିଲ୍ଲା ଜରୁରୀ ବିଭାଗ। ଜରୁରୀ ବିଭାଗ ସହଯୋଗ ‌ଯୋଗୁଁ ଆଜି ଜଣେ ମହିଳାଙ୍କର ଅନ୍ତୋଷ୍ଟି ହୋଇଛି। କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତବରଣ କରିଥିବା ସୁନୀତା ନାଗ ନାମକ ଅସହାୟ ମହିଳାଙ୍କ ଶବ ସତ୍କାର କରାଯାଇଛି। ମାଲକାନଗିରି ଜିଲ୍ଲା ନିବାସୀ ସୁନୀତା ନାଗ କୋରାପୁଟ ଜିଲ୍ଲା ପଦ୍ମପୁର ପଂଚାୟତର ପଣସପୁଟରେ ରହି କୁଲି ମଜୁରୀ କରି ନିଜ ଗୁଜୁରାଣ ମେଣ୍ଟାଉଥିଲେ।

ଆଜି ତାଙ୍କର ମୃତ ପରେ ତାଙ୍କ ସ୍ୱାମୀ ସଂସ୍କାର ପାଇଁ ସକ୍ଷମ ନଥିଲେ। କିଛି ସମୟ ଶବ ପଡି ରହିଥିଲା। ଏହାପରେ କିଛି ସ୍ବେଚ୍ଛାସେବୀ ଏନେଇ ଜିଲ୍ଲାପ୍ରଶାସନକୁ ଜଣାଇଥିଲା। ବୈକୁଣ୍ଠ ମଣ୍ଡଳ, ପୁଲିସ ବିଟ ହାଉସ ଇନଚାର୍ଜ ଶ୍ରୀ ପାଇକ, ଜିଲ୍ଲା ଜରୁରୀ ବିଭାଗର ପ୍ରକାଶ କୁମାର ସାମଲ ଓ ମେଡିକାଲ କଲେଜର ମ୍ୟାନେଜର ଶୁଭେନ୍ଦୁ କୁମାର ପଣ୍ଡାଙ୍କ ସହାୟତାରେ ସ୍ଥାନୀୟ ଶ୍ମଶାନରେ ପରମ୍ପରା ଅନୁଯାୟୀ ସଂସ୍କାର କାର୍ଯ୍ୟ କରାଯାଇଥିବା ଜଣାପଡିଛି।

The post ମାନବିକତା ଦେଖାଇଲା ପ୍ରଶାସନ, ଅସହାୟ ମହିଳାଙ୍କ ଶବସତ୍କାର first appeared on Sambad.

from ଜିଲ୍ଲା | Sambad https://ift.tt/3j7Ylbt