
ଅଡ଼ବା: ଗଜପତି ଅଡ଼ବା ଥାନା ଖରିଗୁଡା ପଞ୍ଚାୟତ ଉଲିଆପଦା ଛକ ଠାରେ ପୁଲିସ ଚଢ଼ଉ କରି ୪୫୨ କିଲୋ ଗଞ୍ଜେଇ ଜବତ କରିବା ସହ ଚୋରା ଚାଲାଣ ଅଭିଯୋଗରେ ୬ ଜଣଙ୍କୁ ଗିରଫ କରିଛି. ଏହାସହ ଅଭିଯୁକ୍ତଙ୍କ ବ୍ୟବହାର କରିଥିବା ଗୋଟିଏ ଟ୍ରକ , ଗୋଟିଏ ଅଟୋ ଓ ଦୁଇଟି ବାଇକ୍କୁ ମଧ୍ୟ ପୁଲିସ ଜବତ କରିଥିବା ଜଣାପଡ଼ିଛି। ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ବିହାର ରାଜ୍ୟର ହୋଇଥିବା ବେଳେ ଅନ୍ୟ ୪ ଜଣ ଅଡ଼ବା ଥାନା ଅଞ୍ଚଳର ବୋଲଇ ପୁଲିସ ସୁଚନା ଦେଇଛି। ଧରାପଡ଼ିଥିବା ଅଭିଯୁକ୍ତମାନେ ହେଲେ ବିହାରର ଟ୍ରକ୍ ଡ୍ରାଇଭର ପଙ୍କଜ କୁମାର ପାଶ୍ବାନ(୨୫) ଓ ସନ୍ତୋଷ ଭଗତ(୪୦), ଅଡ଼ବା ଥାନା ଗୁଡ୍ରିପାଙ୍କାର ଆଦି ନାୟକ(୨୧) , ରେଜିସ୍ ନାୟକ(୫୪) , ଶୁଣ୍ଡିପଦାର ପ୍ରଦୀପ ନାୟକ(୩୫) , ଓ ପାରାମାଗୁଡ଼ାର କିଶାନ୍ତ ନାୟକ(୨୫) । ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ କେସ ନଂ ୮୮/୨୧ରେ ମାମାଲା ରୁଜୁ କରି କୋର୍ଟ ଚାଲାଣ କରିଛି. . ଏସ୍ଆଇ. ରତିରଞ୍ଜନ ନାୟକ ଏହାର ଜଦନ୍ତ ଭାର ନେଇଥିବା ବେଳେ ଜବତ ହୋଇଥିବା ଗଞ୍ଜେଇର ଅନୁମାନିକ ମୂଲ୍ୟ ପ୍ରାୟ୨୫ ଲକ୍ଷ ଟଙ୍କା ହେବ ଥାନାଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଏସ୍ଆଇ. ହୃଷିକେଶ ପଣ୍ଡାଙ୍କ ନେତୃତ୍ୱରେ ପୁଲିସ ଏହି ଚଢ଼ଉ କରିଥିଲା।
The post ଟ୍ରକ ସହ ୪୫୨ କିଲୋ ଗଞ୍ଜେଇ ଜବତ, ୬ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3znp8q9
0 Comments