ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ବୁର୍ଲାସ୍ଥିତ ଏମସିଏଲର ଆନନ୍ଦ ବିହାର କ୍ୟାମ୍ପସରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି। ଏହାଫଳରେ ଆନନ୍ଦ ବିହାର କ୍ୟାମ୍ପସରେ ଥିବା ନିଶିଗନ୍ଧା ହଲ୍ ଜଳିଯାଇଥିବା ଜଣାଯାଇଛି। ଏହି ଅଗ୍ନିକାଣ୍ଡ ଗତ ରାତି ପ୍ରାୟ ୧ଟାରେ ଘଟିଥିବାର ସୂଚନା ମିଳିଛି।
ତେବେ ଏସଂପର୍କରେ ଖବର ପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ନିଶିଗନ୍ଧା ହଲ୍ ଜଳିଯାଇଥିଲା। ଏଥିରେ କେହି ମୃତାହତ ହୋଇନଥିବା ଜଣାଯାଇଛି।
The post ବୁର୍ଲାସ୍ଥିତ ଏମସିଏଲର ଆନନ୍ଦ ବିହାର କ୍ୟାମ୍ପସରେ ଭୟାବହ ଅଗ୍ନିକାଣ୍ଡ first appeared on Sambad.from ଜିଲ୍ଲା | Sambad https://ift.tt/37rohs0
0 Comments