
ବାଲେଶ୍ବର : ବାଲେଶ୍ବର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ରେମୁଣା ଗୋଲେଇ ନିକଟରେ ଥିବା ସତ୍ୟମ ଡେଭେଲପର୍ସର ମାଲିକ ତଥା ଜଣାଶୁଣା ରିଏଲ ଇଷ୍ଟେଟ୍ ବ୍ୟବସାୟୀ ରମେଶ ଚନ୍ଦ୍ର ବେହେରା ଓରଫ୍ ନୁନୁ(୩୭)ଙ୍କୁ ଶନିବାର ସଂଧ୍ୟାରେ ନିର୍ମମ ଭାବେ ହତ୍ୟା କରାଯାଇଛି।
ସଂଧ୍ୟା ୮ଟା ବେଳେ ସେ ଅଫିସ୍ରେ ଥିବା ସମୟରେ କିଛି ଯୁବକ ଆସି ତାଙ୍କୁ ଅଚ୍ୟୁତିପୁର ବାଇପାସ ନିକଟରେ ଥିବା ତାଙ୍କ ପ୍ରୋଜେକ୍ଟକୁ ଜମି ଦେଖିବାକୁ ଡାକି ନେଇଥିଲେ। ପରେ ସେହି ନିକଟରେ ପ୍ରାୟ ଶହେ ମିଟର ଦୂର ବିଲ ଭିତରେ ଏକ ରକ୍ତ ଜୁଡ଼ୁବୁଡ଼ୁ ହୋଇଥିବା ମୃତଦେହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା। ମୃତଦେହ ଏତେ ବୀଭତ୍ସ ହୋଇଥିଲା ଯେ ତାଙ୍କୁ ଚିହ୍ନିବା ମୁସ୍କିଲ ହୋଇଥିଲା। ଘଟଣାସ୍ଥଳରେ ମାରଣାସ୍ତ୍ରର ଦୁଇଟି ବେଣ୍ଟ ପଡ଼ିଥିବା ଦେଖାଯାଇଥିଲା ହତ୍ୟାକାଣ୍ଡର ନିର୍ଦ୍ଦିଷ୍ଟ କାରଣ ଜଣା ପଡ଼ିନଥିଲେ ବି ଏହି ଘଟଣା ଦାଦାବଟି, ପୂର୍ବଶତ୍ରୁତା କିମ୍ବା ଜମି କାରବାରକୁ ନେଇ ହୋଇଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଶିଳ୍ପାଞ୍ଚଳ ଥାନା ଆଇଆଇସି ମୀନତି ବିଶ୍ବାଳ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
The post ରିଏଲ ଇଷ୍ଟେଟ୍ ବ୍ୟବସାୟୀଙ୍କୁ ବୀଭତ୍ସ ହତ୍ୟା first appeared on Sambad.from ଜିଲ୍ଲା | Sambad https://ift.tt/3DqfKUO
0 Comments