
ବାଲେଶ୍ବର : ବାଲେଶ୍ବର ସ୍ଥିତ ଦକ୍ଷିଣ ପୂର୍ବ ରେଳପଥର ସ୍ବାସ୍ଥ୍ୟକେନ୍ଦ୍ରରେ ଆଜି କୋଭିଡ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କରୋନାରୁ ମୁକ୍ତି ପାଇଁ ରେଳ ପ୍ରଶାସନ ତରଫରୁ ବାଲେଶ୍ବର ଜିଲ୍ଲାରେ କାର୍ଯ୍ୟରତ ରେଳ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟିକା ଦିଆଯାଇଥିଲା। ଖଡ଼ଗପୁର ଡିଭିଜନର ମୁଖ୍ୟ ଚିକିତ୍ସା ଅଧୀକ୍ଷକ ଡ. ସୁଶୀଲ କୁମାର ବେହେରା ଓ ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧୀକ୍ଷକ ଡ. ରାଜେନ୍ଦ୍ର କୁମାର ବେହେରାଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମକୁ ସ୍ବାସ୍ଥ୍ୟକେନ୍ଦ୍ରର ବରିଷ୍ଠ ପରାମର୍ଶଦାତା ଡ. ଅମରେଶ ଚନ୍ଦ୍ର ବର୍ଦ୍ଧନ, ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାର୍ମାସିଷ୍ଟ ଗୌରସାଧନ ମିଶ୍ର, ମୁଖ୍ୟ କାର୍ମିକ ପରିଦର୍ଶକ ରତ୍ନାକର ପଣ୍ଡା, ମୁଖ୍ୟ ଟ୍ରାଫିକ ଇନ୍ସପେକ୍ଟର ଆଶିଷ କୁମାର ଖୁଣ୍ଟିଆ ପ୍ରମୁଖ ପରିଚାଳନା କରିଥିଲେ।

କାର୍ଯ୍ୟକ୍ରମରେ ବାଲେଶ୍ବର ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଦୁଲାଳସେନ ଜଗଦ୍ଦେବ ଏବଂ ଫକୀରମୋହନ କଲେଜ ଓ ହସ୍ପିଟାଲର କୋଭିଡ୍ ଦାୟିତ୍ବରେ ଥିବା ଅଧିକାରୀ ଡାକ୍ତର ମୃତ୍ୟୁଞ୍ଜୟ ମିଶ୍ର ପରିଦର୍ଶନରେ ଆସି ରେଲୱେ ପ୍ରଶାସନ ଦ୍ବାରା ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଏହି ଟିକାକରଣ କାଯ୍ୟକ୍ରମରେ ୪୦୦ରୁ ଊର୍ଦ୍ଧ୍ବ ରେଳ କର୍ମଚାରୀ ଏବଂ ପରିବାର ଲୋକଙ୍କୁ ପ୍ରଥମ ଓ ଦ୍ବିତୀୟ ଡୋଜ ଦିଆଯାଇଥିବା ଜଣାଯାଇଛି।
The post କୋଭିଡ୍ ଟିକା ନେଲେ ୪୦୦ରୁ ଅଧିକ ରେଳ କର୍ମଚାରୀ first appeared on Sambad.from ଜିଲ୍ଲା | Sambad https://ift.tt/2Y0fvzz
0 Comments