
ବଙ୍ଗୋମୁଣ୍ଡା : ଚାଷଜମିକୁ କେନାଲ ପାଣି ଦାବି କରି ଗୁରୁବାର ବଙ୍ଗୋମୁଣ୍ଡା ବ୍ଲକ୍ ବେଲପଡ଼ା ପଞ୍ଚାୟତ ଫୁଗୁଡ଼ା ଓ ଫୁଣ୍ଡେଲପଦର ଗାଁର ଚାଷୀମାନେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ବରିଷ୍ଠ ବିଜେଡି ନେତା ଅଜୟ ଦାସଙ୍କ ନେତୃତ୍ୱରେ ଉଭୟ ଗାଁର ଚାଷୀମାନେ ଘେରାଉରେ ସାମିଲ ହୋଇ ଅଭିଯୋଗ କରିଥିଲେ ଯେ ଅନେକ ଚାଷୀଙ୍କ ଜମିକୁ କେନାଲ ପାଣି ପହଞ୍ଚି ପାରୁ ନାହିଁ। ଅଧିକାରୀଙ୍କ ଅବହେଳା ଯୋଗୁଁ ଏପରି ସ୍ଥିତି ସୃଷ୍ଟି ହୋଇଛି। ତେଣୁ ତୁରନ୍ତ କେନାଲ ପାଣି ଦେବାକୁ ଏକ ଦାବିପତ୍ର ଏସ୍ଡିଓ ରାଧେଶ୍ୟାମ ମେହେରଙ୍କୁ ଦେଇଥିଲେ।
କେନାଲରୁ ଚାଷଜମିକୁ ତୁରନ୍ତ ପାଣି ଯୋଗାଇବା ବ୍ୟବସ୍ଥା କରାଯିବ ବୋଲି ବିଭାଗୀୟ ଅଧିକାରୀ ପ୍ରତିଶ୍ରୁତି ଦେବା ପରେ ଘେରାଉ ପ୍ରତ୍ୟାହୃତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମହିଳା ବିଜେଡି ସଭାପତି ଗୋପିକା ରଣା, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଶାନ୍ତନୁ ବିଭାର, ଚକ୍ରଧର ଭୋଇ, ପରୀକ୍ଷିତ ବାଗ, ଠେଙ୍ଗୁଆ ମାଝୀ, ବାଲେଶ୍ଵର ସାହୁ ସାମିଲଥିଲେ।
The post ଚାଷ ଜମିକୁ କେନାଲ ପାଣି ଦାବି, ଲୋୟର ଇନ୍ଦ୍ର ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଫିସ ଘେରିଲେ ଚାଷୀ first appeared on Sambad.from ଜିଲ୍ଲା | Sambad https://ift.tt/3swMsPj
0 Comments