
ଧର୍ମଗଡ଼ : ଓଡ଼ିଶା କ୍ରିକେଟ୍ ଆସୋସିଏସ୍ନ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ କ୍ରିକେଟ୍ ପ୍ରତିଯୋଗିତାରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ଗୋବିନ୍ଦ ନାଏକ ଖେଳିବା ପାଇଁ ମନୋନୀତ ହୋଇ ଓଡ଼ିଶା କ୍ରିକେଟ୍ ଟିମ୍ରେ ସାମିଲ ହୋଇଛନ୍ତି। ରଣଜୀ ଟ୍ରଫି ପାଇଁ ସମଗ୍ର ଓଡ଼ିଶାରୁ ମନୋନୀତ ହୋଇଥିବା ଖେଳାଳିଙ୍କ ମଧ୍ୟରୁ ୪ଟି ଟିମ୍ ଗଠନ କରାଯାଇଛି। ସେଥିମଧ୍ୟରୁ ଗୋବିନ୍ଦ ଓଡ଼ିଶା କ୍ରିକେଟ୍ ଲିଗ୍ର ୟେଲୋ ଟିମ୍ ତରଫରୁ ଖେଳିବା ପାଇଁ ମନୋନୀତ ହୋଇଛନ୍ତି।
ଗୋବିନ୍ଦ ମା’ ଭଣ୍ଡାରଘରିଆଣୀ କ୍ରିକେଟ୍ ଆସୋସିଏସନ୍ରେ ଗତ ୨ ବର୍ଷ ହେଲା କୋଚିଂ ନେଇ ଆସୁଥିଲେ। ତାଙ୍କର ଏହି ସଫଳତାରେ ଧର୍ମଗଡ଼ ଅଞ୍ଚଳର କ୍ରୀଡ଼ାବିତ୍ ଓ ବୁଦ୍ଧିଜୀବୀ ମହଲରେ ଖୁସିର ଲହରୀ ଖେଳିଯାଇଛି। ମାଁ ଭଣ୍ଡାରଘରିଆଣୀ କ୍ରିକେଟ୍ ଆସୋସିଏସନ୍ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସଫଳତା ପଛରେ ତାଙ୍କ ବାପା ମା’ଙ୍କ ଆଶୀର୍ବାଦ ଏବଂ କୋଚ୍, ନିଜ ସହଯୋଗୀଙ୍କ ପ୍ରେରଣା ଓ ଭଲପାଇବା ଥିବା ଗୋବିନ୍ଦ କହିଛନ୍ତି।
The post ରାଜ୍ୟସ୍ତରୀୟ କ୍ରିକେଟ୍ରେ ଖେଳିବେ ଧର୍ମଗଡ଼ର ଗୋବିନ୍ଦ first appeared on Sambad.from ଜିଲ୍ଲା | Sambad https://ift.tt/2UxYZWl
0 Comments