
ଧଣ୍ଡାମୁଣ୍ଡା : ଖପ୍ରାଖୋଲ ବ୍ଲକ୍ର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ହରିଶଙ୍କର ମନ୍ଦିର ୫ ମାସ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି। କରୋନା କଟକଣା କୋହଳ ହେବା ପରେ ମନ୍ଦିର ଖୋଲାଯାଇଛି। ଏହା ପରେ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ହରିଶଙ୍କର ପୀଠ ଚଳଚଞ୍ଚଳ ହୋଇଛି। ଶ୍ରଦ୍ଧାଳୁ ମନ୍ଦିର ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ମନ୍ଦିର ଗର୍ଭଗୃହକୁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଥିବା ବେଳେ କରୋନା ନିୟମ ଅନୁସାରେ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଥିବା ମନ୍ଦିର ପରିଚାଳନା କମିଟିର ଗୁପ୍ତେଶ୍ୱର କୁଅଁର ପ୍ରକାଶ କରିଛନ୍ତି।
The post ଖୋଲିଲା ଖପ୍ରାଖୋଲ ବ୍ଲକ୍ର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ହରିଶଙ୍କର ମନ୍ଦିର first appeared on Sambad.from ଜିଲ୍ଲା | Sambad https://ift.tt/3lGaHJz
0 Comments