ବୋରିଗୁମ୍ମା: ବୋରିଗୁମ୍ମା ଥାନା କମାରା ପଂଚାୟତ ଅନ୍ତର୍ଗତ ଏକ କ୍ରସର ମଧ୍ୟରେ ଚାଲିଥିବା ଜୁଆ ଆଡ୍ଡା ଉପରେ କୋରାପୁଟ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ପେସିଆଲ ସ୍କ୍ୱାର୍ଡ ଅତର୍କିତ ଭାବେ ଚଢ଼ାଉ କରି ୨୦ ଜଣ ଜୁଆଡିଙ୍କୁ ଗିରଫ କରି ବୋରିଗୁମ୍ମା ଥାନାକୁ ହସ୍ତାନ୍ତର କରିଛି। ବୋରିଗୁମ୍ମା ଏସ୍‌ଡିପିଓ ହରେକୃଷ୍ଣ ମାଝୀଙ୍କ କହିବା ଅନୁସାରେ ୨୦ ଜଣ ଯୁଆଡ଼ି ଗିରଫ ହୋଇଥିବା ବେଳେ ଆଉ କିଛି ଖସିଯାଇଛନ୍ତି। ସେମାନଙ୍କ ଠାରୁ ୭,୮୩,୪୪୦ ଟଙ୍କା ଏବଂ କିଛି ତାଶ ପକେଟ ଜବତ କରାଯାଇଛି। ସେମାନେ ନବରଙ୍ଗପୁର, ଜୟପୁର, ଛତିଶଗଡ଼, କଳାହାଣ୍ଡି ଏବଂ ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତି ବିଶେଷ। ବୋରିଗୁମ୍ମା ଥାନା କେଶ ନଂ ୧୧୫ରେ ମାମଲା ରୁଜ୍ଜୁ କରି ବୋରିଗୁମ୍ମା ପୁଲିସ ତଦନ୍ତ ଚଳାଇଛି।

The post ଜୁଆ ଆଡ୍ଡା ଉପରେ ଚଢ଼ାଉ, ୨୦ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3fIBOA3