ଚଣ୍ଡିଖୋଲ/ବଡ଼ଚଣା : ଜଣେ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ବଡ଼ଚଣା ଥାନା ଅନ୍ତର୍ଗତ ଗୁଲଜାରନଗର ପାଟଣା ଗ୍ରାମର ବଳରାମ ସାହୁ(୨୨)କୁ ପୁଲିସ ଗିରଫ କରିଛି।

ଅଭିଯୋଗ ମୁତାବକ, ଗୁଲଜାରନଗର ପାଟଣା ଗ୍ରାମର ଜଣେ ମହିଳା ତାଙ୍କ ଘର ବାହାରେ ଥିବା ପାଇଖାନାରୁ ବାହାରୁଥିବା ସମୟରେ ସେଠାରେ ପୂର୍ବରୁ ଛକି ରହିଥିବା ବଳରାମ ତାଙ୍କୁ ଅସଦାଚରଣ କରିଥିଲା। ମହିଳା ଜଣକ ଚିତ୍କାର କରିବାରୁ ବଳରାମ ସେଠାରୁ ଫେରାର ‌ହୋଇ ଯାଇଥିଲା। ଏନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଗତ ୭ ତାରିଖ ଦିନ ଅଭିଯୁକ୍ତ ଘରେ ଶୋଇଥିବା ଖବର ପାଇ ଥାନାଧିକାରୀ ପ୍ରିୟବ୍ରତ ରାଉତ ତାଙ୍କ ଘର ଉପରେ ଚଢ଼ଉ କରି ବଳରାମକୁ ଗିରଫ କରିଥିଲେ। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।

The post ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଯୁବକ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3seImvn