
କର୍ଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଗୋଚ୍ଛାଡ଼େଙ୍ଗେ ପଞ୍ଚାୟତର କୁଜାମହୁଲ ଗ୍ରାମରେ ଜଣେ ବିବାହିତ ଯୁବକ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।
ସୂଚନାମତେ ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅଇଁଲାପାଲି ଗ୍ରାମର ଯୋଗୀନ୍ଦ୍ର ଭୁକ୍ତାଙ୍କ ପୁଅ ପ୍ରଭାକର ଭୁକ୍ତା (୩୫ ବର୍ଷ) କୁଜାମହୁଲ ଗ୍ରାମର ରାଧେ ଝାଙ୍କରଙ୍କ ଝିଅ ଝିଲ୍ଲିଙ୍କୁ ପ୍ରାୟ ଅଢେଇ ବର୍ଷ ତଳେ ବିବାହ କରିଥିଲେ। ବିବାହର କିଛି ମାସ ପରେ ପ୍ରଭାକର ନିଜ ସ୍ତ୍ରୀ ସହ ଆସି ଶ୍ୱଶୁର ଘରେ ରହି ପରିବାର ପ୍ରତିପୋଷଣ କରୁଥିଲେ। ତେବେ ଗୁରୁବାର ରାତିରେ ଖାଇପିଇ ଶୋଇଥିବାବେଳେ ହଠାତ ରାତିରେ ଉଠି କୁଆଡ଼େ ଚାଲି ଯାଇଥିଲେ। ପରିବାର ଲୋକେ ରାତିରେ ଖୋଜାଖୋଜି କଲାପରେ ମଧ୍ୟ ତାଙ୍କ ପତ୍ତା ମିଳିନଥିଲା। ଶୁକ୍ରବାର ସକାଳୁ ସ୍ଥାନୀୟ ତେନ୍ତଳିପଦର ଛକ ନିକଟସ୍ଥ ଏକ ମହୁଲ ଗଛରେ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା।
ପରେ ରିଷିଡ଼ା ଫାଣ୍ଡିକୁ ଅବଗତ କରାଯାଇଥିଲା। ମୃତକଙ୍କ ସ୍ତ୍ରୀର ଏତଲାକୁ ଭିତ୍ତିକରି ୟୁଡି କେସ୍ନଂ-୧୦ରେ ପୁଲିସ ଏକ ମାମଲା ରୁଜୁ କରିଛି। ମ.ରାମପୁର ଥାନା ସେକେଣ୍ଡ୍ ଅଫିସର ଜୟଦେବ ତାରିଣୀ, ରିଷିଡ଼ା ଫାଣ୍ଡିଧିକାରୀ କ୍ଷୀରସିନ୍ଧୁ ମାଝୀ ଘଟଣାସ୍ଥଳରେ ପହଞ୍ଚି ଶବତ ଜବତ କରି ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।
The post ଶ୍ୱଶୁରଘର ଗାଁରେ ଯୁବକଙ୍କ ଆତ୍ମହତ୍ୟା first appeared on Sambad.from ଜିଲ୍ଲା | Sambad https://ift.tt/2VRVOJa
0 Comments