କଣ୍ଟାମାଳ : ଜାତୀୟ ପତାକାକୁ ଅସମ୍ମାନ କରିବା ଘଟଣାରେ ନୁର୍ପା ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସ୍ନେହପ୍ରଭା ମହାପାତ୍ରଙ୍କୁ ନିଲମ୍ବନ କରାଯାଇଛି। ଗତ ୧୫ ତାରିଖରେ ଶ୍ରୀମତୀ ମହାପାତ୍ର ପତାକା ଉତ୍ତୋଳନ କରି ସନ୍ଧ୍ୟାରେ ତାକୁ ଓହ୍ଲାଇ ନ ଥିବାରୁ ପରଦିନ ସକାଳ ସାଢ଼େ ଦଶଟା ପର୍ଯ୍ୟନ୍ତ ଉଡୁଥିଲା।

୧୮ ତାରିଖ ଦୈନିକ ‘ସମ୍ବାଦ’ରେ ‘ଜାତୀୟ ପତାକାକୁ ଅସମ୍ମାନ, ରାତିସାରା ଉଡ଼ିଲା’ ଶୀର୍ଷକ ଖବର ପ୍ରକାଶ ପାଇଲା ପରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଗେନ୍ଦେରା କୁଜୁର ଏହାର ତଦନ୍ତ କରି ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମହାପାତ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ତାଙ୍କୁ ନିଲମ୍ବନ କରିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଡିଇଓ ଶ୍ରୀ କୁଜୁରଙ୍କୁ ପଚାରିବାରୁ ପ୍ରଧାନ ଶିକ୍ଷୟିତ୍ରୀ କାର୍ଯ୍ୟରେ ଅବହେଳା କରି ଜାତୀୟ ପତାକାକୁ ଅସମ୍ମାନ କରିବା ଗର୍ହିତ ଅପରାଧ। ତେଣୁ ତାଙ୍କୁ ନିଲମ୍ବନ କରାଯାଇଛି ବୋଲି କହିଛନ୍ତି।

The post ଜାତୀୟ ପତାକାକୁ ଅସମ୍ମାନ ଘଟଣା: ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ first appeared on Sambad.

from ଜିଲ୍ଲା | Sambad https://ift.tt/37ZcSA0