
ଦେଓଗାଁ : ଚଳିତ ବର୍ଷ କମ୍ ବର୍ଷା ସତ୍ତ୍ବେ ଦେଓଗାଁ ବ୍ଲକ୍ ମକୁନ୍ଦପୁର ପଞ୍ଚାୟତ ଖଇରଗୁରା ଗାଁର ଚାଷୀମାନେ ବହୁ କଷ୍ଟରେ ଫସଲକୁ ବଞ୍ଚାଇ ରଖିଥିଲେ। ହେଲେ ବର୍ତ୍ତମାନ ଏହି ଫସଲକୁ ହାତୀମାନେ ଦଳିଚକଟି ନଷ୍ଟ କରି ଦେଉଛନ୍ତି। ଏବେ ସେମାନେ ଚିନ୍ତାରେ ଥିବା ପ୍ରକାଶ କରିଛନ୍ତି।
ଗ୍ରାମବାସୀଙ୍କ କହିବା ଅନୁସାରେ, ଖଇରଗୁରା ଗାଁ ନିକଟକୁ ବୁଧବାର ରାତିରେ ହାତୀପଲ ଆସି ଗାଁର ଭୁଲକୁ ମହାନନ୍ଦ, ମାଛୁ ମହାନନ୍ଦ, ଜପ ମହାନନ୍ଦ, ବରୁଣ ମହାନନ୍ଦଙ୍କ ପ୍ରାୟ ୨ଏକର ଚାଷ ଜମିର ଫସଲ ଖାଇ ଦଳି ଚକଟି ନଷ୍ଟ କରି ଦେଇଛନ୍ତି। ଏହାପରେ ହାତୀମାନେ ନିକଟସ୍ଥ ପାହାଡ଼କୁ ଚାଲିଯାଇଛନ୍ତି। ପୁଣିଥରେ ଫେରିଲେ ବାକିଥିବା ଫସଲ ବି ନଷ୍ଟ ହୋଇଯିବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ତେଣୁ ସରକାର ତୁରନ୍ତ ଏମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି। ପ୍ରତିବର୍ଷ ଏହି ସମୟରେ ବୌଦ୍ଧ ପଟରୁ ଆସୁଥିବା ହାତୀପଲକୁ ଏଲିଫେଣ୍ଟ ସ୍କାଡ ସୁରକ୍ଷିତ ଭାବେ ଜଙ୍ଗଲକୁ ଘଉଡ଼ାବାକୁ ଦାବି ହେଉଛି।
The post ଖଇରଗୁରାରେ ହାତୀ ଉପଦ୍ରବ, ଫସଲ ଦଳିଚକଟି ନଷ୍ଟ କରିଦେଲେ first appeared on Sambad.from ଜିଲ୍ଲା | Sambad https://ift.tt/2W7ptOX
0 Comments