
କଲମପୁର : କିଛିଦିନ ତଳେ କଲମପୁର ବ୍ଲକ୍ ଭଇଁରୀ ଗ୍ରାମର ଜଣେ ଯୁବକ ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଇ ଶବ ହୋଇ ଫେରିଥିଲେ। ପୁଣି ଜଣେ ଶ୍ରମିକ ଚେନ୍ନାଇକୁ କାମ କରିବାକୁ ଯାଇଥିବା ବେଳେ ଗତ ଗୁରୁବାର ମୃତ୍ୟୁ ହୋଇଥିବା ଖବର ମିଳିଛି।
ଚେନ୍ନାଇସ୍ଥିତ କେକେ ନଗରରେ ଥିବା ବାଇସିଆନ୍ କମ୍ପାନିରେ କାମ କରୁଥିଲେ କଲମପୁର ବ୍ଲକ୍ ଅଧୀନ ତୋତ୍ରାଗୁଡ଼ା ଗ୍ରାମର ଦେବାନନ୍ଦ ନାଗ (୪୫)। ଦେବାନନ୍ଦଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ ସୂଚନା ମିଳିବା ପରେ ମୃତକଙ୍କ ପୁଅ ଘଟଣାସ୍ଥଳକୁ ଯାଇଛନ୍ତି। ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ଥିବା ସନ୍ଦେହ କରି କଲମପୁର ପୁଲିସ ଫାଣ୍ଡିରେ ଏକ ଏତଲା ପରିବାର ଲୋକ ଦେଇଛନ୍ତି। ଶନିବାର କଲମପୁର ଫାଣ୍ଡି ଅଧିକାରୀ ଅଶୋକ ପ୍ରଧାନଙ୍କୁ ପଚାରିବାରୁ, କମ୍ପାନି ଏବଂ ପରିବାର ମଧ୍ୟରେ ବୁଝାମଣା ହୋଇ ଶବ ବ୍ୟବଚ୍ଛେଦ କରାଯାଇ କେକେ ନଗର ଅଞ୍ଚଳରେ ଶବଦାହ କରାଯାଇଛି ବୋଲି କହିଥିଲେ। ଅନ୍ୟପକ୍ଷେ ଶ୍ରମ ବିଭାଗ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ସାଧାରଣରେ ଦାବି କରାଯାଇଛି।
The post ଦାଦନ ଖଟିବାକୁ ଯାଇ ଶ୍ରମିକ ମୃତ first appeared on Sambad.from ଜିଲ୍ଲା | Sambad https://ift.tt/3B3Ozxo
0 Comments