ତେଲକୋଇ/ରାଇସୁଆଁ : ଭୂୟାଁ ଜୁଆଙ୍ଗପିଢ଼ ରେଞ୍ଜ ଶୁଆକାଟି ବିଟ୍‌ ଅଧୀନ ତଳଚମ୍ପେଇ ଗାଁ ପାଖ ସିନ୍ଦୁରିଆ ଜଙ୍ଗଲରେ ପାହାଡ଼ରୁ ଖସି ଗତକାଲି ଏକ ମାଈହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଆଜି ତେଲକୋଇ ରେଞ୍ଜ କାଳିଆହତା ଫରେଷ୍ଟ ସେକ୍ସନ ଅନ୍ତର୍ଗତ କଳାପାଟ ସଂରକ୍ଷିତ ଜଙ୍ଗଲ ସାରାଇ ଗ୍ରାମ ନିକଟସ୍ଥ ପାହାଡ଼ ଉପରେ ଏକ ଦନ୍ତାହାତୀ ଗୁରୁତର ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଛନ୍ତି।।

ହାତୀଟିକୁ ୪୦ରୁ ୪୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ତା’ର ଆଗ ଡାହାଣ ଗୋଡ଼ରେ ଶକ୍ତ ଆଘାତ ଲାଗିଛି। ଫଳରେ ସେ ଛୋଟେଇ ଛୋଟେଇ ଚାଲୁଛି। ମଝିରେ ମଝିରେ ତଳେ ପଡ଼ିଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି। କେହି ଦୁର୍ବୃତ୍ତ ହାତୀ ଗୋଡ଼କୁ ଗୁଳି କିମ୍ବା ତୀରମାଡ଼ କରିଥିବା ଆଶଙ୍କା କରାଯାଉଛି। ଏନେଇ ତେଲକୋଇ ରେଞ୍ଜର ପ୍ରମୋଦ କୁମାର ସେଠୀଙ୍କୁ ପଚାରିବାରୁ, ହାତୀଟି ସୁସ୍ଥ ଅଛି ଏବଂ ଚଲାବୁଲା କରୁଛି। ତା’ର ଗତିବିଧି ଉପରେ ନଜର ରଖାଯାଇଛି ବୋଲି ଶ୍ରୀ ସେଠୀ ପ୍ରକାଶ କରିଛନ୍ତି।

The post କଳାପାଟ ସଂରକ୍ଷିତ ଜଙ୍ଗଲରେ ଦନ୍ତାହାତୀ ଗୁରୁତର first appeared on Sambad.

from ଜିଲ୍ଲା | Sambad https://ift.tt/3xrMmcR