
ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସଦରଥାନା ଅନ୍ତର୍ଗତ ବାଲିଆ ଗ୍ରାମ ନିକଟରେ ଥିବା ବ୍ରିଜକୁ ଧକ୍ମା ଦେଇ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ବୈପାରୀଗୁଡା ଥାନା ଅନ୍ତର୍ଗତ ଗୁମ୍ମା ଗ୍ରାମର କମଳ ସାଇ ହରିଜନ (୩୭)। ମୃତଦେହକୁ ପୁଲିସ ଜବତ କରି ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖିଥିବା ବେଳେ ବାଇକକୁ ଜବତ କରିଥିବା ଜଣପାଡିଛି।
ସୂଚନାଯୋଗ୍ୟ, ଗୁମ୍ମା ଗ୍ରାମର କମଳ ଶ୍ରମିକମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟରେ ଲଗାଉଥିଲେ ଓ ଠିକାଦାର ଭାବେ ସେ କାର୍ଯ୍ୟ କରୁଥିଲେ। ଆଜି ସକାଳୁ ବାଇକ ଯୋଗେ ଦାମନଯୋଡି ଅଞ୍ଚଳକୁ ଯାଇଥିଲେ ସେଠାରୁ ଅପରାହ୍ଣ ୨ଟା ବେଳେ ଫେରୁଥିବା ବେଳେ ବାଲିଆ ନିକଟରେ ଥିବା ବ୍ରିଜକୁ ଧକ୍କା ଦେଇଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ମେଡିକାଲରେ ଭର୍ତ୍ତି କରିଥିଲେ କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ପରିବାରବର୍ଗ ଜୟପୁର ସଦରଥାନରେ ଅଭିଯୋଗ ଦେଇଛନ୍ତି, ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବା ନେଇ ଜଣାପଡିଛି।
The post ବାଇକ ଦୁର୍ଘଟଣାରେ ଜଣେ ମୃତ first appeared on Sambad.from ଜିଲ୍ଲା | Sambad https://ift.tt/3lsioD5
0 Comments