
ଜୟପୁର: ଇଣ୍ଡିଆ ସ୍କିଲସ୍ ୨୦୨୧ ପାଇଁ ଆୟୋଜିତ ହୋଇଥିବା ଓଡିଶା ସ୍କିଲସ୍ ପ୍ରତିଯୋଗିତାରେ ଜୟପୁର ପାରାବେଢ଼ା ରମେଶ ଚନ୍ଦ୍ର ପଟ୍ଟନାୟକଙ୍କ ପୁଅ ଦୁରେଶ ପଟ୍ଟନାୟକ କ୍ଲାଉଡ୍ କମ୍ପୁଟିଂରେ ବ୍ରୋଂଜ ପଦକ ସହ ୧୫ ହଜାର ଟଙ୍କାର ଆର୍ଥିକ ପୁରସ୍କାର ପାଇଛନ୍ତି। ସେ ଏହି ପୁରସ୍କାର ପାଇ କୋରାପୁଟ ଜିଲ୍ଲା ଏବଂ ଜୟପୁର ସହରକୁ ରାଜ୍ୟସ୍ତରରେ ଗୌରାବାନ୍ବିତ କରିଛନ୍ତି। ସେ ଏହି ପୁରସ୍କାର ପାଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଛା ଜ୍ଞାପନ କରାଯାଇଛି। କରୋନା ପାଇଁ ଦୁରେଶ ରୌପ୍ୟ ଓ ସ୍ବର୍ଣ୍ଣ ପଦକ ପାଇବାରୁ ଅଳ୍ପକେ ଦୂରରେ ରହିଥିଲେ। ତେବେ ସେ ଆଗାମୀ ଦିନରେ ଉଭୟ ଜାତୀୟ ଓ ବିଶ୍ବସ୍ତରରେ ଭାଗ ନେବା ଲକ୍ଷ୍ୟ ରଖିଛନ୍ତି ଦୁରେଶ। ଦୁରେଶ ସ୍ଥାନୀୟ ମଡର୍ଣ୍ଣ ଇଂରାଜୀ ବିଦ୍ୟାଳୟରେ ୧୦ମ ପର୍ଯ୍ୟନ୍ତ ସିବିଏସଇ ବୋର୍ଡରେ ପଢ଼ିଥିଲେ। ତାପରେ ବିଦ୍ୟାନ କଲେଜରେ ଯୁକ୍ତଦୁଇ ବିଜ୍ଞାନ ପଢ଼ିଥିଲେ। ସେ ସଂପ୍ରତି ଭୁବନେଶ୍ବରସ୍ଥ ସେଂଚୁରିଆନ୍ ବିଶ୍ବବିଦ୍ୟାଳୟରେ କଂପୁଟର ସାଇନସ୍ ଓ ଇଂଜିନିୟରିଂରେ ପଢ଼ୁଛନ୍ତି। ଦୁରେଶ ସବୁବେଳେ ଆକାଶକୁ ଚାହିଁ କିଭଳି ବର୍ଷା, ଖରା ଓ ଶୀତ ହେଉଛି ତାହାକୁ ନେଇ ପିଲା ସମୟରୁ ଅଭିବାଭକଙ୍କ ସହ ଆଲୋଚନା କରୁଥିଲେ।
ତାଙ୍କ ମଧ୍ୟରେ ରହିଥିବା ଲୁକ୍କାୟୀତ ପ୍ରତିଭାକୁ କଲେଜର ଅଧ୍ୟାପକ ମାନେ ପରିସ୍ପୁଟିତ କରିଥିଲେ। ଅଭିଭାବକ ଓ ଅଧ୍ୟାପକ ମାନଙ୍କର ଉଚିତ ମାର୍ଗଦର୍ଶନ ତାଙ୍କୁ ଏହି ସଫଳତା ଆଣି ଦେଇଛି ବୋଲି କହିଛନ୍ତି ଦୁରେଶ। ଲକ୍ଷ୍ୟ ରଖି , ନିଜ ମଧ୍ୟରେ ରହିଥିବା ଅର୍ନ୍ତନିହୀତ କଳାକୁ ନିଜେ ଚିହ୍ନି ତାକୁ ନିଜେ ହିଁ ପରିସ୍ପୁଟିତ କରିବାକୁ ପଢ଼ିବ। ନିଜର ଇଛାଶକ୍ତି ଓ ଉଦ୍ୟମ କରିବା ଦେଖିଲେ ନିଶ୍ଚିତ ରୁପେ ବିଭିନ୍ନ ମାର୍ଗର ସହାୟତା ମିଳିବ ବୋଲି କହିଛନ୍ତି ଦୁରେଶ। ସାଂପ୍ରତିକ ଯୁଗରେ ମୁଖ୍ୟଧାରାର ପାଠ ପଢ଼ିବା ସହ ନିଜ ମଧ୍ୟରେ ରହିଥିବା ବିଭିନ୍ନ କଳାକୌଶଳକୁ ବାହାର କରିବାକୁ ପଢ଼ିବ। କୌଣସି ସାମାଜିକ ମାଧ୍ୟମ ଉପରେ ନିର୍ଭର ହେବା ବଦଳରେ ନିଜର ମସ୍ତିଷ୍କକୁ ଖର୍ଚ୍ଚ କଲେ ନିଶ୍ଚିତ ରୁପେ ସଫଳତା ପାଇବ।
The post ଓଡିଶା ସ୍କିଲସ୍ ପ୍ରତିଯୋଗିତାରେ ଦୁରେଶଙ୍କୁ ବ୍ରୋଂଜ first appeared on Sambad.from ଜିଲ୍ଲା | Sambad https://ift.tt/3gJMQoX
0 Comments