ରେଢ଼ାଖୋଲ : ସମ୍ବଳପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ତରେ କିଛିଦିନ ହେଲା ହତୀପଲ ବ୍ୟାପକ ଧାନ ଫସଲ ନଷ୍ଟ କରୁଥିବା ଦେଖାଯାଇଛି। ଚାଷୀଙ୍କ ସହିତ ବନବିଭାଗ ହାତୀପଲକୁ ଘଉଡାଇବା ପାଇଁ ଚେଷ୍ଟା କରୁଥିଲେ ହେଁ ହାତୀପଲ ମାନୁ ନଥିବାରୁ ଚାଷୀମାନେ ଏବେ ଚିନ୍ତାରେ। ସନ୍ଧ୍ୟା ହେଲେ ହାତୀପଲ ରେଢ଼ାଖୋଲ ରେଞ୍ଜ ଅନ୍ତର୍ଗତ ହେମାମୁରା ଗ୍ରାମରେ ଧାନକିଆରିରେ ପଶି ନଷ୍ଟ କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ଦିନ ବେଳେ ହାତୀପଲ ପାଖ ଜଙ୍ଗଲରେ ରହୁଛନ୍ତି। ରାତି ହେଲେ ଧାନ କିଆରିରେ ପଶୁଥିବା ଚାଷୀମାନେ କହିଛନ୍ତି। ମଙ୍ଗଳବାର ହାତୀପଲ ଜଙ୍ଗଲ ପାଖରେ ଥିବା କାଠିଆ ବେହେରା, ଅନ୍ତ ବେହେରା, ଦୁଃଶାସନ ବେହେରା, ରତନ ବେହେରା, ପବିତ୍ର ବେହେରାଙ୍କ ଧାନ ଜମିରେ ପଶି ଫସଲକୁ ମାଡ଼ି ଦଳି ନଷ୍ଟ କରି ଦେଇଛନ୍ତି। ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ କିଛି ଜମିରେ ଚାଷ ବଞ୍ଚିଥିବା ବେଳେ ଜମି ଉପରେ ବର୍ତ୍ତମାନ ହାତୀପଲଙ୍କ ନଜର ପଡ଼ିଛି। ଫଳରେ ଚାଷୀ ଏବେ ମୁଣ୍ତରେ ହାତ ଦେଇ ବସିଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

The post ଧାନ ଗଛକୁ ଦଳି ନଷ୍ଟ କରିଦେଲେ ହାତୀପଲ first appeared on Sambad.

from ଜିଲ୍ଲା | Sambad https://ift.tt/2X29bHo