ବୌଦ୍ଧ : ବୌଦ୍ଧ ଥାନା ଅନ୍ତର୍ଗତ କାଲେଶ୍ବର ଗାଁକୁ ସିମେଣ୍ଟ ନେଇ ଆସିଥିବା ଏକ ଟ୍ରକର ଚାଳକଙ୍କୁ ମାଡ଼ ମାରି ଲୁଟ୍‌ ହୋଇଛି। ଅଭିଯୋଗ ହେବା ପରେ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପୁଲିସ ସୂଚନା ଅନୁସାରେ ମଙ୍ଗଳବାର କାଲେଶ୍ବରର ଏକ ସ‌ିମେଣ୍ଟ ଦୋକାନକୁ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରୁ ସିମେଣ୍ଟ ବୋଝେଇ ଟକ୍ର (ଓଡି-୧୪-ଏସ-୪୧୧୪) ଆସିଥିଲା। ରାତି‌ ହେବା ଯୋଗୁଁ ସିମେଣ୍ଟ ଓହ୍ଲାଇବା ପାଇଁ ଶ୍ରମିକ ନମିଳିବାରୁ ଚାଳକ ଟ୍ରକରେ ଶୋଇଥିଲେ। ରାତିରେ କିଛି ଲୋକ ଆସି ତାଙ୍କୁ ଉଠାଇ ମାଡ଼ମାରି ପାଖରେ ଥିବା ୪ ହଜାର ଟଙ୍କା ଓ ଏକ ଗ୍ୟାସ ଷ୍ଟୋଭ ଲୁଟି ଦେଇଥିଲେ। ବୌଦ୍ଧ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ କରି କାଲେଶ୍ବର ଗ୍ରାମର ମୁଖ୍ୟ ଅଭିଯୁକ୍ତ ବିଭୀଷଣ ଗଡ଼ନାୟକକୁ ଗିରଫ କରି ଟଙ୍କା ଓ ଗ୍ୟାସ ଷ୍ଟୋଭ ଉଦ୍ଧାର କରିଛି। ଲୁଟ୍‌ରେ ସାମିଲ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ପୁଲିସ ଖୋଜୁ ଥିବା ଆଇଆଇସି ତପସ୍ବିନୀ କହଁର ସୂଚନା ଦେଇଛନ୍ତି।

The post ଟ୍ରକ୍‌ ଚାଳକଙ୍କୁ ମାଡ଼ ମାରି ଟଙ୍କା ଲୁଟ୍‌, ଜଣେ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/2WZClaI