ଭଞ୍ଜନଗର: ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳର ଲାଠିପଡା ବିଟ ଅନ୍ତର୍ଗତ ପାଲକାଟୁ ଗ୍ରାମରେ ବାରହା ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ଗ୍ରାମର ଯୋଗୀ ଭୂୟାଁ (୫୦)। ସୂଚନାଅନୁଯାୟୀ, ଯୋଗୀ ଆଜି ସକାଳୁ କ୍ଷେତରେ କାମ କରୁଥିବା ବେଳେ ହଠାତ ନିକଟସ୍ଥ ଜଙ୍ଗଲରୁ ଏକ ବାରହା ବାହାରି ଆସି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ଯୋଗୀଙ୍କ ଚିତ୍କାର ଶୁଣି ନିକଟସ୍ଥ ଜମିରେ କାମ କରୁଥିବା ଅନ୍ୟ ଲୋକ ମାନେ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ।

ଏକ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଯୋଗୀଙ୍କ ମୁଣ୍ଡ ଓ ଜଙ୍ଗରେ ଗଭୀର ଆଘାତ ଲାଗିଛି। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରିଛନ୍ତି। ବନ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇ ଦେବାକୁ ପରିବାର ଓ ସ୍ଥାନୀୟ  ଲୋକେ ଦାବି କରିଛନ୍ତି।

The post କ୍ଷେତରେ କାମ କରୁଥିବା ବେଳେ ବାରହା ଆକ୍ରମଣରେ ଜଣେ ଗୁରୁତର first appeared on Sambad.

from ଜିଲ୍ଲା | Sambad https://ift.tt/3Ak4Myl