କଂଟାବାଞ୍ଜି : ସାମାନ୍ୟ ଘରୋଇ କଳିରୁ ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍‌ ହଲନଭଟା ଗାଁର ଫୁଲ ବାଗ ନାମ୍ନୀ ଜଣେ ମହିଳା ଜେଲ୍‌ ଯାଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ଅଗଷ୍ଟ ୧୮ତାରିଖ ଦିନ ଫୁଲ ତାଙ୍କ ଚାଷଜମିରେ ଘାସ ସଫା କରି ହିଡ଼ ଉପରେ ରଖିଥିଲେ। ତାହାକୁ ନେଇ ତାଙ୍କ ଶ୍ବଶୁର ଏସ୍‌. ଏନ୍‌. ବାଗ ଓ ଶାଶୂ ସାନ ବାଗ ଆପତ୍ତି ଉଠାଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଫୁଲ ଗାଳିଗୁଲଜ କରିଥିଲେ। ତୁରେକେଲା ଥାନାରେ ଅଭିଯୋଗ ହେବା ପରେ ପୁଲିସ ଉଭୟ ପକ୍ଷଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା। ହେଲେ କୌଣସି ସମାଧାନ ନବାହାରିବାରୁ ଫୁଲଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ବେଙ୍ଗାଲୁରୁକୁ ଦାଦନ ଖଟିବାକୁ ଯାଇଥିବା ଫୁଲଙ୍କ ସ୍ୱାମୀ ପୂର୍ଣ୍ଣ ବାଗଙ୍କ କହିବା ଅନୁସାରେ, ତାଙ୍କ ମା’ ସାବତ ମା’ ହୋଇଥିବାରୁ ଫୁଲଙ୍କ ସହିତ ସବୁବେଳେ ଗାଳିଗୁଲଜ ହେଉଛନ୍ତି।

The post ଘରୋଇ କଳିରୁ ଜେଲ୍‌ ଗଲେ ମହିଳା first appeared on Sambad.

from ଜିଲ୍ଲା | Sambad https://ift.tt/3CoEDil