ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଗଡ଼ଜାତ ଅଞ୍ଚଳରେ ଗୁରୁବାର ଦଶମୀ ତିଥିରେ ନୂଆଁଖାଇ ପର୍ବ ଆନନ୍ଦ ଉଲ୍ଲାସର ସହିତ ସମ୍ପନ୍ନ ହୋଇଛି। ଜିଲ୍ଲାର ଭବାନୀପାଟଣା ସହର, ଥୁଆମୂଳ ରାମପୁର, ଜୟପାଟଣା, କର୍ଲାପାଟ, ଲାଞ୍ଜିଗଡ଼ ଓ ମଦନପୁର ରାମପୁର ଅଞ୍ଚଳରେ ନୂଆଁଖାଇ ପାଳିତ ହୋଇଥିଲା। ମାଁ ମାଣିକେଶ୍ବରୀଙ୍କ ମନ୍ଦିରରେ ସକାଳ ୮ଟା ପରେ ନବାନ୍ନ ଭୋଗ ଲାଗିଥିଲା।

ନବାନ୍ନ ପ୍ରସାଦ ପାଇବା ପାଇଁ ସକାଳ ୯ଟା ପରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା। ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଶ୍ରଦ୍ଧାଳୁମାନଙ୍କ ସୁବିଧା ନିମନ୍ତେ ବ୍ୟାରିକେଡ୍‌ ବ୍ୟବସ୍ଥା ହୋଇଥିଲା। ଧାର୍ଯ୍ୟ ସମୟ ସକାଳ ୧୦ ଟା ୩୬ ରୁ ୧୨ ଟା ୪୪ ମିନିଟ୍‌ ମଧ୍ୟରେ ସର୍ବସାଧାରଣ ନୂଆଁ ଖାଇଥିଲେ। ଅପରାହ୍ନରେ ବିଭିନ୍ନ ସ୍ଥାନରେ ଜୁହାର ଭେଟ୍‌ କାର୍ଯ୍ୟକ୍ରମ ହୋଇଥିଲା। ଚଳିତବର୍ଷ ସ୍ବଳ୍ପବର୍ଷା ପାଇଁ ଚାଷୀ ଚିନ୍ତାରେ ଥିବାବେଳେ ନୂଆଁଖାଇ ସେମାନଙ୍କ ମନରେ ଉତ୍ସାହ ଆଣିଦେଇଥିଲା।

The post କଳାହାଣ୍ଡି ଗଡ଼ଜାତ ଅଞ୍ଚଳରେ ନୂଆଁଖାଇ ସମ୍ପନ୍ନ, ମାଁ ମାଣିକେଶ୍ୱରୀ ମନ୍ଦିରରେ ନବାନ୍ନ ଲାଗିଲା first appeared on Sambad.

from ଜିଲ୍ଲା | Sambad https://ift.tt/3EzRjVM