
କୋମନା : କୋମନା ବ୍ଲକ୍ ପଏଁର ପଞ୍ଚାୟତ ସଦର ଗାଁ ପାଖରେ ଥିବା ନୃସିଂହନାଥ ଡ୍ୟାମ୍ର ପୁନଃ ଉଦ୍ଧାର ପାଇଁ ଦାବି ଜୋର ଧରିଛି। ବ୍ଲକ୍ ସଦର ମହକୁମାରୁ ୩ କିମି ଦୂରରେ ଥିବା ଏହି ଗାଁର ପ୍ରାୟ ଏକ ହଜାର ହେକ୍ଟର ଚାଷ ଜମି ଅଛି। ଏଠାକାର ଲୋକମାନେ ସମୂର୍ଣ୍ଣ ଚାଷ ଉପରେ ନିର୍ଭର କରିଥାନ୍ତି। ଗତ କିଛି ବର୍ଷ ହେଲା ମରୁଡ଼ିକୁ ସାମ୍ନା କରୁଥିବାରୁ ଏଠାକାର ଚାଷୀମାନେ ଦାଦନ ଖଟିଯିବାକୁ ବାଧ୍ୟ ହେଉଛନ୍ତି। ଏଭଳିସ୍ଥିତିରେ ଗାଁର ଶିକ୍ଷିତ ବେକାରମାନେ ଗାଁ ନିକଟରେ ଥିବା ନୃସିଂହ ଡ୍ୟାମ୍ର ପୁନଃ ଉଦ୍ଧାର କରିବାକୁ ଦାବି କରିଛନ୍ତି। ସେହିପରି ନିକଟରେ ଥିବା ତନ୍ଦୁଲ ପାହାଡ଼ରୁ ଚିରସ୍ରୋତା ଝରଣାର ସୌନ୍ଦର୍ଯ୍ୟୀକରଣ କରାଯାଇ ପର୍ଯଟନସ୍ଥଳୀର ମାନ୍ୟତା ପାଇଁ ଦାବି ହୋଇଛି।
ସୂଚନା ଅନୁସାରେ ୩୦ ବର୍ଷ ପୂର୍ବେ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଏହି ଝରଣା ପାଣିକୁ ଅଟକାଇ ଡ୍ୟାମ୍ ନିର୍ମାଣ କରାଯାଇଥିଲା। ସେହିଦିନ ଠାରୁ ସ୍ଥାନୀୟ ବାସିନ୍ଦା ନୃସିଂହନାଥ ଡ୍ୟାମ୍ ଭାବେ ନାମକରଣ କରିଥିଲେ। ଏହାଦ୍ବାରା ତଳମୁଣ୍ତର ଚାଷୀମାନେ ଲାଭବାନ ହୋଇଥିଲେ। ଆଉ କିଛି ଚାଷୀ ରବିଚାଷ କରିବା ଆରମ୍ଭ କରିଥିଲେ। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ କିଛି ବର୍ଷ ପରେ ଏହି ଡ୍ୟାମ୍ ଭାଙ୍ଗିଯାଇଥିଲା। ଫଳରେ ଚାଷୀମାନେ ଦେଖିଥିବା ବିଭିନ୍ନ ସ୍ବପ୍ନ କେବଳ ସ୍ବପ୍ନର ହିଁ ରହି ଯାଇଥିଲା। ଏହି ଝରଣାଟି ତନ୍ଦୁଲ ପାହାଡ଼ ମଧ୍ୟରେ ଥିବାରୁ ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରିବା ପାଇଁ ପର୍ଯ୍ୟଟନ ଋତୁରେ ପ୍ରକୃତିପ୍ରେମୀ ତଥା ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ଏଥିପାଇଁ ସ୍ଥାନୀୟ ଯୁବକମାନେ ପ୍ରତିବର୍ଷ ନବାନ୍ନ ପରେ ଝରଣାକୁ ଅସ୍ଥାୟୀ ରାସ୍ତା ନିର୍ମାଣ କରିଥାନ୍ତି। ତେଣୁ ଜିଲ୍ଲାପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଡ୍ୟାମର୍ ପୁନଃ ଉଦ୍ଧାର ସହ ସୌନ୍ଦର୍ଯ୍ୟୀକରଣ କରିବାକୁ ଦାବି ହେଉଛି। ସ୍ଥାନୀୟ ଯୁବକ ନିରଞ୍ଜନ ଶବର, ଡମ୍ବରୁଧର ଖମାରୀ ଟଗ୍ରେଶ୍ବର ଖମାରୀ, ରୂପଧର ବାଗ, ଦିବାକର ଲିଟି, ହରି କିଶୋର ଖମାରୀ, ଗୋଲାପ ଖମାରୀ, କୁମର ସିଂହ ଖମାରୀ ସୁନୀଲ ଶବର, ସହଦେବ ଖମାରୀ ପ୍ରମୁଖ ଗଣମାଧ୍ୟମ ନିକଟରେ ଦାବି କରିଛନ୍ତି।
The post ପଏଁର ନୃସିଂହନାଥ ଡ୍ୟାମ୍ର ପୁନରୁଦ୍ଧାର ଦାବି first appeared on Sambad.from ଜିଲ୍ଲା | Sambad https://ift.tt/3nF3Ot9
0 Comments