
କୋରେଇ : ଯାଜପୁରରୋଡ ଥାନା ଅନ୍ତର୍ଗତ ଲକ୍ଷ୍ମୀନଗର ଗ୍ରାମର ଶିକ୍ଷକ ସୁରେଶ ଚନ୍ଦ୍ର ସାହୁଙ୍କ ପୁଅ ହିମାଂଶୁ(୨୨)ଙ୍କର ଗତକାଲି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଯାଇଛି। ସେ ଯାଜପୁର ଚିତାଳୋ କଲେଜରେ ୩ (ବିଜ୍ଞାନ) ଶେଷବର୍ଷର ଛାତ୍ର ଥିଲେ। ଏହା ଜଣାପଡ଼ିବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ଆଜି ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ଶେଷକୃତ୍ୟ କରାଯାଇଛି। ହିମାଂଶୁଙ୍କ ମୁତ୍ୟୁକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।
ହିମାଂଶୁଙ୍କ ବାପା ସୁରେଶ ଲକ୍ଷ୍ମୀନଗର ନୋଡାଲ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। ହିମାଂଶୁ ଯାଜପୁରର ବୈଦରାଜପୁରସ୍ଥିତ ତାଙ୍କ ମାଉସୀ ଘରେ ରହି ଚିତାଳୋ କଲେଜରେ ପାଠ ପଢ଼ୁଥିଲେ। ଗତକାଲି ହିମାଂଶୁ ଜଳଖିଆ ଖାଉଥିବା ବେଳେ ତାଙ୍କ ତଣ୍ଟିରେ ଖାଦ୍ୟ ଲାଗିଯାଇଥିଲା। ଫଳରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା କୁହାଯାଉଛି। ଆଜି ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଡାକ୍ତରଖାନାକୁ ଆସିବା ପୂର୍ବରୁ ହିମାଂଶୁଙ୍କ ପାଟିରୁ ଫେଣ ବାହାରିବା ଓ ରକ୍ତ ପଡ଼ିବା ଆଦି ଲକ୍ଷଣ ଥିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ପୁଲିସ୍କୁ ସୂଚନା ଦେଇଥିଲେ। ପୁଲିସ୍ ମୃତଦେହ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।
The post ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ first appeared on Sambad.from ଜିଲ୍ଲା | Sambad https://ift.tt/3E5F1UD
0 Comments