
ରାଜକନିକା : କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଅଞ୍ଚଳରେ ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି। ବର୍ଷା ଅଭାବଜନିତ ସ୍ଥିତିରେ ଫସଲ ନଷ୍ଟ ହୋଇଥିବାରୁ ଋଣ ଟଙ୍କା ସୁଝିବା ଚିନ୍ତାରେ ମାନସିକ ଭାରସାମ୍ୟ ହରାଇ ସେ ଏଭଳି ଚରମ ପଦକ୍ଷେପ ନେଇଥିବା କୁହାଯାଉଛି।
ସୂଚନା ଅନୁଯାୟୀ ହାଟସାହି ଗ୍ରାମର ଭାଗଚାଷୀ ଅମର କୁମାର ଜେନା(୪୫) ଗାଁର କିଛି ଜମି ମାଲିକଙ୍କ ଠାରୁ ୫ ଏକରରୁ ଅଧିକ ଜମି ଭାଗ ସୂତ୍ରରୁ ଆଣି ଚାଷ କରିଥିଲେ। ସେ ଏହି ଚାଷ ପାଇଁ ସମବାୟ ସମିତି, ବ୍ୟାଙ୍କ ଓ ଗାଁର କେତେକ ଲୋକଙ୍କ ଠାରୁ ସୁଧକୁ ପ୍ରାୟ ଲକ୍ଷାଧିକ ଟଙ୍କା ଋଣ ଆଣି ଚାଷ କରିଥିଲେ। ଅମର ବର୍ଷା ନ ହେବାରୁ ବିଲ ସୁଖି ଯିବା, ଅଜଣା ପୋକ ଧାନ ଗଛଗୁଡିକୁ କାଟି ନଷ୍ଟ କରି ଦେବା ଘଟଣାରେ ଚିନ୍ତିତ ହୋଇ ପଡିଥିଲେ। ଋଣ କରିଥିବା ଟଙ୍କା କିପରି ସୁଝିବେ ଓ କିପରି ପରିବାର ପ୍ରତିପୋଷଣ କରିବେ, ସେ ଚିନ୍ତାରେ ମାନସିକ ଭାରସାମ୍ୟ ହରାଇ ବିଲରେ ପକାଇବାକୁ ନେଇଥିବା କୀଟନାଶକ ବିଷ ପିଇ ଆତ୍ମହତ୍ୟା କରିଥିବା ତାଙ୍କ ପୁଅ ଅଶ୍ଵିନୀ ଜେନା ଅଭିଯୋଗ କରିଛନ୍ତି। ଅମରଙ୍କ ବଡପୁଅ ଅଶ୍ଵିନୀ ଆଜି ବିଲକୁ ଖାଇବାକୁ ନେଇ ଯାଇଥିବା ବେଳେ ବିଲରେ ପଡିଥିବା ଅମରଙ୍କ ପାଟିରୁ ଫେଣ ବାହାରୁଥିବା ଦେଖିଥିଲେ। ତାଙ୍କୁ ମୁମୁର୍ଷୁ ଅବସ୍ଥାରେ ରାଜକନିକା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
The post ଫସଲ ଉଜୁଡ଼ିବା ଚିନ୍ତା; ବିଷ ପିଇ ଆତ୍ମହତ୍ୟା କଲେ ଭାଗଚାଷୀ first appeared on Sambad.from ଜିଲ୍ଲା | Sambad https://ift.tt/3h4aIE6
0 Comments